ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ଦୁଃଖ ବୁଝିଲେ ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖାରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ବହୁତ ଗ୍ରାମ ବନ୍ୟାପାଣି ଘେରରେ ଏବେ ବି ରହିଛି। ବନ୍ୟା ପରବର୍ତ୍ତୀ ଅବସ୍ଥାରେ ଜନସାଧାରଣଙ୍କ ସୁବିଧା ଅସୁବିଧା ବାବଦରେ ଅନୁଧ୍ୟାନ କରିବାକୁ ବସ୍ତା ବିଧାୟିକା ସୁବାସିନୀ ଜେନା ବୁଧବାର ଦିନ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ, ଚଡବସ୍ତକାଳରୁଇ ଏବଂ ଅସ୍ତି ପଞ୍ଚାୟତର ବଡ଼ମଇସାଡି, ପାରଦିପା ଓ ଅସ୍ତି ଇତ୍ୟାଦି ଗ୍ରାମ ଗୁଡ଼ିକ ଗସ୍ତ କରି ଜନସାଧାରଣଙ୍କ ଅସୁବିଧାର ସମାଧାନ ଏବଂ ବନ୍ୟା ପାଣି ଛାଡି ନଥିବା ଗ୍ରାମ ଗୁଡିକରେ ଆଉ କିଛି ଦିନ ଯାଏ ଖାଦ୍ୟ ବ୍ୟବସ୍ଥା ଜାରି ରଖିବାକୁ ପ୍ରଶାସନକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଅସ୍ତି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ସମିତି ସଭ୍ୟଙ୍କ ପ୍ରତିନିଧି କାର୍ତ୍ତିକ ପାତ୍ର, ବରିଷ୍ଠ ବିଜେଡି ନେତା ଶରତ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ପାତ୍ର ଏବଂ ମାନସ ଦାସଙ୍କ ସମେତ ବହୁ ନେତା ବିଧାୟିକାଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.