ଛତିଶଗଡ଼ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ଭକ୍ତବନ୍ଧୁ କୁମ୍ଭାର

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ମୁରିବାହାଲ ବ୍ଲକ ଅଧିନ ବାନ୍ଧୁପଲାରେ ଜନ୍ମିତ ଡାକ୍ତର ଭକ୍ତବନ୍ଧୁ କୁମ୍ଭାରଙ୍କୁ ଅନ୍ତର୍ଜାତୀୟ ଡାକ୍ତର ଦିବସରେ ରାୟପୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ରମନ ଡେକା ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି | ଏହି ଖବରରେ ଗାଁ ଲୋକେ ଗର୍ବ ଅନୁଭବ କରିବା ସହ ଅଞ୍ଚଳ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି | ଭକ୍ତବନ୍ଧୁଙ୍କ ବାପା ମଦନମୋହନ ଜଣେ ଚାଷୀ ହୋଇଥିବା ବେଳେ ମା’ ସୀତୟା ଜଣେ ଗୃହିଣୀ | ପଶ୍ଚିମ ଓଡ଼ିଶାର ଏକ ଛୋଟିଆ ଗାଁ ବାନ୍ଧୁପଲାରେ ଜନ୍ମିତ ଭକ୍ତବନ୍ଧୁ ଏବେ ଛତିଶଗଡ଼ର ଜଣେ ଯଶସ୍ବୀ ଡାକ୍ତର | ପୂର୍ବରୁ ୭ ବର୍ଷ ଧରି ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ | ଏବକୁ ୫ ବର୍ଷ ହେବ ରାୟପୁରରେ ସାଗର ମଲ୍ଟି ସ୍ପେଶାଲିଟି ଡାକ୍ତରଖାନା ନାମରେ ନିଜସ୍ୱ ଏକ ବେସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରି ସେ ଏହାର ମ୍ୟାନେଜିଙ୍ଗ ଡାଇରେକ୍ଟର ପଦବୀରେ ଅବସ୍ଥାପିତ ଅଛନ୍ତି | ଭକ୍ତବନ୍ଧୁଙ୍କ ପତ୍ନୀ ରିବିକା ଉକ୍ତ ହସ୍ପିଟାଲର ଡାଇରେକ୍ଟର ଦାୟିତ୍ୱ ତୁଲାଉଛନ୍ତି | ୨୧ ଜୁନ ୧୯୭୫ରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଭକ୍ତବନ୍ଧୁ ପିଲାଟି ବେଳରୁ ସଂଘର୍ଷମୟ ଜୀବନ ଜୀଇଁ ନିଜ ଲକ୍ଷ୍ୟନିଷ୍ଠା, କଠିନ ପ୍ରରିଶ୍ରମ ବଳରେ ଜଣେ ସୁନାମଧନ୍ୟ ଡାକ୍ତର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି | ଛାତ୍ରାବସ୍ଥାରେ ଅଞ୍ଚଳ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ମନରେ କଷ୍ଟ ଦେଉଥିଲା । ତେଣୁ ଛୋଟ ବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲି ବୋଲି ଭକ୍ତବନ୍ଧୁ କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.