ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କୋରପା ପଞ୍ଚାୟତ ଅଧିନସ୍ତ କୃଷ୍ଣ ପାତ୍ରଗୁଡ଼ା ନିକଟସ୍ତ ରାଜ୍ୟ ରାଜପଥ କଡ଼ରେ ୧୦୦ ବର୍ଷରୁ ଉର୍ଦ୍ଧ ହେବ ରହିଥିଲା ଏକ ବୋର ଗଛ | ଆଜିର ଝଡ଼ ବର୍ଷା ଫଳରେ ଉକ୍ତ ବୋର ଗଛଟି ପବନର ବେଗରେ ଭାଙ୍ଗି ପଡ଼ି ରାଜପଥକୁ ଅବରୋଧ କରି ଥିଲା | ଏହାରି ପ୍ରଭାବରେ ଉଭୟ ପକ୍ଷରୁ ଯାତ୍ରୀ ମାନେ ଯାତାୟାତରେ ବାଧା ପ୍ରାପ୍ତ ଅନୁଭୂତି କରିଥିଲେ | ସ୍ଥାନୀୟ ଲୋକେ ଉକ୍ତ ଖବର କଲ୍ୟାଣ ସିଂହପୁର ଅଗ୍ନିଶମ ବିହିନୀକୁ ଖବର ଦେବାରୁ ଅଗ୍ନିଶମ ବିହିନୀର କର୍ମଚାରୀ ମାନେ ଆସି ଉକ୍ତ ଗଛକୁ କାଟି ରାସ୍ତା ବାହାର କରିଥିଲେ | ଏହା ଫଳରେ ଯାତାୟାତର ସୁବିଧା ହେବାରୁ ଉଭୟ ପଟେ ଅଟକି ଥିବା ଯାତ୍ରୀ ଯାତାୟାତ କରିଥିବା ର ଦେଖିବାକୁ ମିଳିଥିଲା |