ଓଏଏସ ଓ ଓଆରଏସ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ନାମରେ ସଦର ଥାନାରେ ଏତଲା ଦାୟର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜୁଲାଇ ୨ ତାରିଖରୁ ରାଜ୍ୟ ଓଏସ ସଂଘ, ରେ:ନ- ୩୫୨୨/୨୧୨, ୧୯୬୫-୬୬ଙ୍କ ରାଜ୍ୟ ନେତୃବୃନ୍ଦଙ୍କ ଡାକରାରେ ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଓଏସ ଓ ଓଆରଏସ ଅଧିକାରୀ ମାନଙ୍କ ସାମୁହିକ ଛୁଟି ଆନ୍ଦୋଳନ ଚାଲୁଅଛି। ଏହି ସାମୁହିକ ଛୁଟି ଆନ୍ଦୋଳନକୁ ଅଗଣତାନ୍ତ୍ରିକ ତଥା ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ହିସାବରେ ବେଆଇନ ଦର୍ଶାଇ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ଓକିଲ ବଳଦେବ ବେଦବାକ, ମହିଳା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ସହରର ବୁଦ୍ଧିଜିବୀ, ସମାଜସେବୀ ମାନେ ଏହି ବେଆଇନ ଆନ୍ଦୋଳନ ପାଇଁ ଉସକେଇଥିବା ସଂଘର ରାଜ୍ୟ କାର୍ଯ୍ୟକର୍ତ୍ତା ତଥା ସଭାପତି, ସାଧାରଣ ସମ୍ପାଦକ, ରବୀନ୍ଦ୍ର ସେଠୀ ଓ ଅନ୍ୟମାନେ ଦସ୍ତଖତ କରିଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗତ କାଲି ୩ ତାରିଖ ସନ୍ଧ୍ୟା ବେଳେ ସୋନପୁର ସଦର ଥାନାରେ ଏତଲା ଦାଖଲ କରିଛନ୍ତି। ଏତଲାରେ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଲୋକେ ନାହି ନଥିବା ହଇରାଣ ହେଉଛନ୍ତି ଓ ଜିଲ୍ଲାରେ ପ୍ରବଳ ବର୍ଷାରେ ଗ୍ରାମାଞ୍ଚଳରେ ପ୍ରବଳ ମାତ୍ରାରେ ମାଟିଘର ମାନ ଭାଙ୍ଗି ଯାଇଛି। ଗ୍ରାମାଞ୍ଚଳରେ ରାସ୍ତା ଉପରେ ପାଣିଗୁଡିକ ଯାଇ ଗର୍ତମାନ ସୃଷ୍ଟି ହୋଇଛି। ଚାଷଜମି ଗୁଡିକରେ ବାଲିଚର ହୋଇଯାଇଛି। ଜନସାଧାରଣ ବ୍ଲକ ଅଫିସକୁ ଗଲେ ବିଡିଓ ଙ୍କ ଦେଖା ପାଉନାହାନ୍ତି । ତହସିଲ ଅଫିସ ଗଲେ ତହସିଲଦାର ଓ ଉପଜିଲ୍ଲାପାଳ ଅଫିସରେ ଉପଜିଲ୍ଲାପାଳ ତଥା ଏଡିଏମ ଙ୍କ ଦେଖା ନପାଇ ନିଜ ନିଜର ଅଭିଯୋଗ ଦାଖଲ କରିପାରୁ ନାହାନ୍ତି। ଗ୍ରାମାଞ୍ଚଳରେ ଚାଲୁଥିବା ରଥଯାତ୍ରା ମାନଙ୍କରେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ଅନୁପସ୍ଥିତି ଦୟନୀୟ ପରିସ୍ଥିତି ସୃଷ୍ଟି କରିଛି ବୋଲି ଏତାଲାକାରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାର ଓଏଏସ ଅଧିକାରୀ ମାନେ ଭଲ କିନ୍ତୁ ସଂଘର ସଭାପତି, ସମ୍ପାଦକ ଓ ରବୀନ୍ଦ୍ର ସେଠୀ ଷଡଯନ୍ତ୍ର ମୂଳକ ଭାବରେ ଏହି ବେଆଇନ ଆନ୍ଦୋଳନକୁ ଭିଆଇ ଥିବାରୁ ସେମାନଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପୂର୍ବକ ଗିରଫ କରିବାକୁ ଦାବୀ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.