ଧାମନଡ଼ଙ୍ଗା ଗାଁରେ ବନ ବିଭାଗର ଚଢ଼ାଉ; ଲକ୍ଷାଧିକ ଟଙ୍କାର କାଠ ଜବତ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଧାମନଡଙ୍ଗାରେ ଶୁକ୍ରବାର ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ କରିଛନ୍ତି। କୈାଣସି ସୁତ୍ରରୁ କଣ୍ଟାବାଞ୍ଜି ବନ ବିଭାଗ ଖବର ପାଇ ଧାମନଡଙ୍ଗା ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଚେରୀ ଭିତରେ ଲକ୍ଷାଧିକ ଟଙ୍କାର ଖଇର ଓ କେନ୍ଦୁ କାଠ ଗଛିତ ରଖିଥିବା ଜାଣିବାକୁ ପାଇଥିଲେ। ବନ ବିଭାଗ ସେହି ସ୍ଥାନରେ ଚଢ଼ାଉ କରିଛି। ଜବତ ହୋଇଥିବା ସମସ୍ତ କାଠ କଣ୍ଟାବାଞ୍ଜି ବନ ବିଭାଗ କାର୍ଯ୍ୟାଳୟକୁ ଆଣାଯିବ ବୋଲି ଜଣାପଡିଛି। ତେବେ ଚଢ଼ାଉ ବେଳେ ବନ ବିଭାଗ କାଠ ମାଫିଆଙ୍କୁ କାବୁ କରି ପାରିନାହିଁ।‌ ବନ ବିଭାଗ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.