ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ୭୭ତମ ବନମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ  କଶ୍ରୁପଡା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ୍ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର ବିଶିଙ୍କ ନେତୃତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଶ୍ରୁପଡା ବନପାଳ ବିଶିକେଶନ କରୁଆଁ, ଫରେଷ୍ଟ ଗାର୍ଡ ରାଜଲକ୍ଷ୍ମୀ ପ୍ରଧାନ ଓ ସୁଜାତା ବାଗ ଯୋଗଦେଇ ଚାରା ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀସ୍ମିତା ପ୍ରଧାନ, ଏନ.ସି.ସି ଶିକ୍ଷକ ତିରମ ସୁନାନୀ ରେଡ଼କ୍ରସ ଶିକ୍ଷକ ଗୋବିନ୍ଦ ବ୍ରହ୍ମା ଓ ପି.ଇ.ଟି ପ୍ରିୟଙ୍କା ବିଶିଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଶକ୍ତି କ୍ଲବ, ଏନ.ସି. ସି ଓ ଜୁନିୟର ରେଡ଼କ୍ରସର ଛାତ୍ରଛାତ୍ରୀ ସାମିଲ ହୋଇ ବିଦ୍ୟାଳୟ ହତାରେ ଫଳ ଓ ଔଷଧୀୟ ତଥା ଛାୟା ପ୍ରଦାନକାରୀ ବୃକ୍ଷ ରୋପଣ କରିଥିଲେ। ଶିକ୍ଷକ ହେମନ୍ତ ପ୍ରଧାନ, ସତ୍ୟରଞ୍ଜନ ଜେନା,ଭୁବନ ମାଝୀ, ଧନଞ୍ଜୟ ମହାପାତ୍ର ଶିକ୍ଷୟତ୍ରୀ ଯାଜ୍ଞସେନୀ ମାଝୀ, ଜ୍ୟୋସ୍ନାମୟୀ ପୃଷ୍ଟି, ଶର୍ମିଷ୍ଠା ପ୍ରଧାନ ଓ କର୍ମଚାରୀ ବିଶ୍ୱନାଥ ରଣା, ସୁଶାନ୍ତ ସାହୁ ଓ ଦେବକୀ ନାଏକ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଶେଷରେ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର ଓ ସ୍ଵଚ୍ଛ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.