ସରିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରିଆଁ ଠାରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ରେଞ୍ଜ  ଶାନ୍ତପୁର ସେକ୍ସନ୍ ଦ୍ଵାରା ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି l ପ୍ରଥମେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହାକୁ ସହ ଶିକ୍ଷକ ବାସୁଦେବ ବାଗ ପରିଚାଳନା କରିଥିଲେ l ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶାନ୍ତପୁର ବନପାଳ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଜଙ୍ଗଲର ଉପାଦେୟତା ଓ ତା’ର ସୁରକ୍ଷା ଉପରେ ଆଲୋକପାତ କରିଥିବାବେଳେ ଆମ ଜଙ୍ଗଲ ଯୋଜନା କର୍ମଚାରୀ ସୁବାସ ନାଏକ ଜଙ୍ଗଲରୁ ମିଳୁଥିବା ସୁବିଧା ସୁଯୋଗ ତଥା ବୃକ୍ଷର ମାହାତ୍ମ୍ୟ ଉପରେ ବାର୍ତ୍ତା ଦେଇଥିଲେ l  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ସାହା ସମସ୍ତଙ୍କୁ ନିଜ ନିଜ ମାଆଙ୍କ ନାମରେ ଗଛଟିଏ ଲଗାଇବାକୁ ଆହ୍ବାନ ଦେବାସହ ୨୦୨୫ ବର୍ଷ ପାଇଁ ବିଦ୍ୟାଳୟଟି ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ଆମକୁ ଉକ୍ତ ଦିଗରେ ଅଧିକ ପ୍ରେରଣା ଯୋଗାଇବା ବୋଲି ମତ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବରେ ବନରକ୍ଷୀ ଜ୍ୟୋସ୍ନାରାଣୀ ବେହେରା, ଭୀଷ୍ମ ଶବର, ଆମ ଜଙ୍ଗଲ ଯୋଜନା କର୍ମଚାରୀ ଉମେଶ ଗଉଡ, ସୁନିଲ ରଣା, ସିଆରସି ଜିତେନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ ବେନିଆ ମଞ୍ଚାସୀନ ଥିବାବେଳେ କମିଟିର ସଭ୍ୟ କ୍ଷୀରୋଦ ଡାକୁଆ, ସେବତୀ କରୁଆଁ, ଅମ୍ବିକା ସୁନା, ସହ ଶିକ୍ଷକ ବଳଭଦ୍ର ହରିଜନ,  କିଶୋର ତ୍ରିପାଠୀ, ସୁଧୀର କୁମାର ରାଉତ, ବାବୁ ପାଢ଼ୀ,ଷମଞ୍ଜୁଲତା ମୁର୍ମୁ, ଧର୍ମେନ୍ଦ୍ର ଛତ୍ରିଆ, କୁବେର ସାହୁ ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥିଙ୍କ ଦ୍ଵାରା ବିଭିନ୍ନ ଜଙ୍ଗଲି ତଥା ଔଷଧୀୟ ବୃକ୍ଷ, ଫୁଲ ଓ ଫଳଗଛ ଲଗାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.