ଚାଷ ବିବିଧିକରଣ ପ୍ରକଳ୍ପର ବଜାରୀକରଣ ଓ ଖାଦ୍ୟ ପ୍ରକ୍ରିୟା କରଣ କେନ୍ଦ୍ରର ଉଦ୍ଘାଟନ କଲେ ବରଗଡ଼ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବରଗଡ଼: ମହାଶକ୍ତି ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଏଫପିଓ ଉତ୍କଳିକା ଓମେନ ଆଗ୍ରୋ ପ୍ରଡୁସର କମ୍ପାନୀ (ଏଚ.ଡି.ଏଫ.ସି ପରିବରର୍ତ୍ତନ)ର ବଜାରୀକରଣ ସଂଗ୍ରହ କେନ୍ଦ୍ର ଭୁକ୍ତା ଓ ସବୁଜିମା ପ୍ରଡୁସର କମ୍ପାନୀ କପାଶିରା ଗ୍ରାମ ଅମ୍ବାଭନା ବ୍ଲକର ଦୁଇଟି ପ୍ରକ୍ରିୟା କରଣ କେନ୍ଦ୍ର ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି l ଏହାପରେ ଉତ୍କଳିକା ଏଫିଓ ଅଫିସ ଅନୁକରଣ କରିବା ସହ କୃଷି ପ୍ରକ୍ରିୟାକରଣ କେନ୍ଦ୍ର ଭ୍ରମଣ ସହ ଏଫିଓ ର ଏମଡି, ସିଇଓ ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ l ମାଣ୍ଡିଆ, ଲଙ୍କା, ହଳଦୀ, ବାଦାମ ପ୍ରକ୍ରିୟା କରଣ କେନ୍ଦ୍ର ଦ୍ଵାରା ପେକେଜିଙ୍ଗ, ବ୍ରାଣ୍ଡିଙ୍ଗ କରାଯାଉଛି ବଜାରୀ କରଣ କରାଯାଉଛି l ଜିଲ୍ଲପାଳ ମହିଳା ଚାଷୀଙ୍କ ସହ ପୁଙ୍ଖାନୁପୁଙ୍ଖ ବିକ୍ରି କରିବା, ମୂଲ୍ୟ ଶୃଙ୍ଖଳ ବିଷୟରେ ମତ ଦେଇଥିଲେ ଓ ପ୍ରକ୍ରିୟା କରଣ ପ୍ରସାରଣ ନିମନ୍ତେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି l ଉତ୍କଳିକା ଓ ସବୁଜିମା ଦୁଇଟି ଏଫ୍ ପିଓ ମାଧ୍ୟରେ ମାର୍କେଟିଙ୍ଗ କରାଯିବା ଓ ଚାଷ ବିବିଧକରଣ ପ୍ରକଳ୍ପ ଦ୍ଵାରା ସରକାର ତରଫରୁ ମାର୍କେଟିଙ୍ଗ ନିମନ୍ତେ ଓ ପ୍ରକ୍ରିୟା ନିମନ୍ତେ ପ୍ରୋତ୍ସାହନ ମିଳିଛି l ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ କୃଷି ଜିଲ୍ଲା ଲୋଚନ ମାଝୀ ଅଧିକାରୀ, ସହକାରୀ କୃଷିଜିଲ୍ଲା ନିର୍ଦେଶକ ଅଞ୍ଜନ କୁମାର ନାୟକ, ଜିଲ୍ଲା କୃଷି ଯନ୍ତ୍ରୀ ତ୍ରିଲେକେଶ୍ୱର ନାୟକ, ବ୍ଲକ କୃଷି ଅଧିକାରୀ ଅମ୍ବାଭନା ଉପମା ପିଙ୍ଗ ଓ ଭଟଲି ବ୍ଲକ ସହକାରୀ କୃଷି ଅଧିକାରୀ ରାଜୀବ କୁମାର ମିଶ୍ର, ସହକାରୀ କୃଷି ଯନ୍ତ୍ରୀ ଗୁଣସାଗର ସାହୁ ଉପସ୍ଥିତ ଥିଲେ ଓ ମହାଶକ୍ତି ଫାଉଣ୍ଡେସନ କର୍ମକର୍ତ୍ତା ପ୍ରିୟମ ଲୁହାର, ସିଇ ଓ ପଙ୍କଜିନୀ ସାହୁ, ଏମ.ଡି ଶୁକମାରୀ ମାଝୀ, ସବୁଜିମା ଏଫ୍ ପିଓ ସିଇଓ ରଶ୍ମି ରଞ୍ଜିତା ସିଂହ, ଗ୍ରାମବତୀ ସିଇ ଓ କେଦାର ସେନାପତି, ସଭାପତି ପ୍ରତିଜ୍ଞା ଟ୍ରଷ୍ଟ ସୁଲେଖା ନଆର , ଜିଲ୍ଲା ସଂଯୋଜକ, ଏଫପିଓ ଏମଡି ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ l ଜିଲ୍ଲାପାଳ ପ୍ରକ୍ରିୟା କରଣ ଭଲ ଓ ବିକ୍ରୟ କେନ୍ଦ୍ର ଭଲ ହୋଇଛି ଏହି ଏଫ୍ ପିଓ ଦ୍ଵାରା ବଜାରୀ କରଣ ସୁବିଧା ଚାଷୀ ପାଇବେ ଓ ଖୁସି ପ୍ରକାଶ କରିଥିଲେ । ଏହାପରେ ଚାଷୀଙ୍କ ସହ ସରକାରଙ୍କ ବଜାରୀକରଣ ନିମନ୍ତେ ମତ ଦେଇଥିଲେ l ଧାନରୁ ଅଣଧାନ ଚାଷକୁ ଗୁରୁତ୍ୱ ଦେବା ସହ ଅଂଚଳର ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଇବା ପାଇଁ ପରାମର୍ଶ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.