ଦେବଗିରି ମଠରେ ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବଦିନାତ୍ମକ ଯାତ୍ରାର ପରିସମାପ୍ତି ଘଟାଇ ଭାଇ ଭଉଣୀ ସାଙ୍ଗରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଛନ୍ତି ମହାବାହୁ। ସେହିକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ବାହୁଡ଼ା ଯାତ୍ରା। ନର୍ଲା ବ୍ଲକ ବୁଢିପଦରଠାରେ ଥିବା ଦେବଗିରି ମଠରେ ବାହୁଡ଼ା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହଜାର ହଜାର ଭକ୍ତଙ୍କ ସମାଗମରେ ଭରି ଉଠିଥିଲା ଦେବଗିରି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ମହାପ୍ରଭୁ ଦଧିବାମନ ଜୀଉଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇ ରଥଟଣା ଯାଇଥିଲା। ଡମବଜା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ମଠର ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଛେରାପହରା କରିଥିଲେ। ସେବାୟତ ତପିବର ଦାସ, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଧି ମାଝୀ, ପୂଜକ ସନ୍ତୋଷ ପାଢ଼ୀ ସେବା ପ୍ରଦାନ କରିଥିଲେ। ଡାହୁକର ଡାକରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଶତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଲୋକନାଥ ଗଉଡ, ଭରତ ଧଙ୍ଗଡାମାଝୀଙ୍କ  ସମେତ ଅଶୋକ ଧଙ୍ଗଡାମାଝୀ, ପୂର୍ବା ଗଉଡ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ଟେବାନ୍ତ ଗଉଡ, ଧନେ ହେର୍ଣ୍ଣା, ହରି ଦାସ, ରାମ ଦାସ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.