ମୃତ ସାମ୍ବାଦିକଙ୍କ ପିତାମାତାଙ୍କୁ ମାସିକ ଭତ୍ତା ଦେଲା ପ୍ରେସ୍ ୟୁନିଅନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସ୍ବର୍ଗତଃ ସାମ୍ବାଦିକ ରାଜୀବ ଲୋଚନ ପଣ୍ଡାଙ୍କ ପିତାମାତାଙ୍କୁ ମାସିକ ଭତ୍ତା ଦେଇ ସମଗ୍ର ଭାରତର ସାମ୍ବାଦିକ ଜଗତରେ ପ୍ରେସ୍ ୟୁନିଅନ ରାୟଗଡ଼ା ଉଦାହରଣ ସୃଷ୍ଟି କରିଛି | ଗତ ମଇ ମାସ ପାଞ୍ଚ ତାରିଖରେ ୟୁନିଅନ ର ସଭ୍ୟ ରାଜୀବଙ୍କ ମୃତ୍ୟୁ ହୋଇଥିଲା |  ୟୁନିଅନ ତରଫରୁ ପ୍ରଥମେ ତାଙ୍କ ଦ୍ୱାଦଶାହ ଦିବସରେ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା | ହେଲେ ପରବର୍ତୀ ସମୟରେ ରାଜୀବଙ୍କ ପିତା ମାତାଙ୍କ ଅସହାୟତାକୁ ଉପଲବ୍ଧି କରି ୟୁନିଅନ ତରଫରୁ ତାଙ୍କୁ ମାସିକ ଭତ୍ତା ଦିଆଯିବ ବୋଲି ୟୁନିଅନର ନିଷ୍ପତି କ୍ରମେ ୟୁନିଅନ ନବମ ବାର୍ଷିକ ଉତ୍ସବରେ ଘୋଷଣା କରାଯାଇଥିଲା | ପଦ୍ମପୁର ନିକଟସ୍ଥ ଖିଲିଙ୍ଗିରାଇ ଗ୍ରାମରେ ରହୁଥିବା ପିତାମାତାଙ୍କ ପାଖରେ ୟୁନିଅନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଶିବାଜୀ ଦାଶ ଓ ସାମ୍ବାଦିକ ସୁଶାନ୍ତ ପ୍ରଧାନ ପହଞ୍ଚି ମାସକୁ ଏକ ହଜାର ହିସାବରେ ୧୧ ମାସର ୧୧ ହଜାର ଭତ୍ତା ବାବଦ ଟଙ୍କା ପିତା ଶ୍ରୀ ଉଦୟ ପଣ୍ଡାଙ୍କ ହାତରେ ଦେଇଥିଲେ | ସେମାନେ ବଞ୍ଚିଥିବା ଯାଏ ୟୁନିଅନ ତରଫରୁ ତାଙ୍କୁ ଭତ୍ତା ଦିଆଯିବ ଏଥି ସହ ୟୁନିଅନ ଏକ ବଡ ପରିବାର ଭଳି ତେଣୁ ପରିବାରର ସଭ୍ୟଙ୍କ ଅସହାୟତା ସମୟରେ ୟୁନିଅନ ପଛରେ ସୁରକ୍ଷା କବଚ ଭଳି ରହିଛି ବୋଲି ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.