ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଦୋରାଗୁଡା ଥାନା କୁଚେଇ ପଦର ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମରୁ ୪ ପରିବାରର ମୋଟ ୧୧ ଜଣ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟା ସମୟରେ ଗ୍ରାମର ତିନି ଜଣ ମହିଳା ଜଙ୍ଗଲୀ ଛତୁ ଗୋଟାଇ ଆଣିବାରୁ ସମସ୍ତେ ରୋଷେଇ କରି ଖାଇଥିଲେ । ମଧ୍ୟ ରାତି ଶୋଇଥିବା ସମୟରେ ମୁଣ୍ଡ ବୁଲାଇ ବାନ୍ତି ଓ ପରେ ପରେ ଝାଡ଼ା ହେବା ଫଳରେ ପରିବାର ଲୋକ କୌଣସି ଗାଡ଼ି ଯୋଗେ ଉଷାପଡାସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତ୍ତି କରିଥିଲେ । ସେଥି ମଧ୍ୟରୁ ୪ଜଣ ଙ୍କର ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି |ଉଷପଡା ମେଡିକାଲରେ ଦୁର୍ଯ୍ୟୋଧନ ନାଏକ, ରେଙ୍ଗୁ ନାଏକ, କୁମାରୀ ନାଏକ, ଅଞ୍ଜନୀ ନାଏକ, ଧନମଣି ନାଏକ, ଲାକେବତୀ ନାଏକ, ଚିକିତ୍ସିତ ହେଉଥିବା ବେଳ ଚମ୍ପା ଝଡିଆ, ଦାମ ଝଡିଆ ଓ ତାଙ୍କ ଆଠ ବର୍ଷର ପୁଅ ପ୍ରଦିପ ଝଡିଆ, ଅନ୍ୟ ଏକ ପରିବାର ରୁ ଧନୁ ଗୌଡ଼ ଓ ତାଙ୍କ ପତ୍ନୀ କବିଲା ଗୌଡ଼ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।