ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସେବା କାର୍ଯ୍ୟ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ସଂଲଗ୍ନ ଭାରତୀୟ ସାମ୍ବାଦିକ ସଂଘ ରାୟଗଡ଼ା ଶାଖା ପକ୍ଷରୁ ରଥଯାତ୍ରା ଦେଖି ଆସୁଥିବା ଜନସାଧାରଣଙ୍କୁ ସଂଘ ପକ୍ଷରୁ ମସଲା ଉପମା ବଣ୍ଟନ କରାଯାଇଥିଲା | କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାର ଶ୍ରୀ ବସନ୍ତ କୁମାର ପ୍ରଧାନ ଅତିଥି ଭାବେ ଗ୍ରନ୍ଥାକାର ଡମ୍ବରୁ ଧର ପଣ୍ଡା,ସମାଜ ସେବୀ ଚିନ୍ତାଲି ଶ୍ରୀନୁଭାସ ରାଓ, ଜାନୀ ଗୈରୀ, ଶିକ୍ଷାବିତ୍ ନାଗାରାଜୁ ବଦନା ପ୍ରମୁଖ ଉପସ୍ଥିତ ରହିଥିବାବେଳେ ପ୍ରଥମେ ଅତିଥି ମାନେ ଜନସାଧାରଣ ଙ୍କୁ ଉପମା ବଣ୍ଟନ ଆରମ୍ଭ କରିଥିଲେ |ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ସଦାସର୍ବଦା ଜନସାଧାରଣ ଙ୍କ ସେବାରେ ତତ୍ପର ରହିଥିବାହେତୁ ମୂଖ୍ୟ ଅତିଥି ମାନେ ସଂଘ ର ଏହିଭଳି ସେବା ମନବୃତିକୁ ଭୂରି ଭୂରି ପ୍ରସଂସା କରିଛନ୍ତି | ପ୍ରତି କୁଳ ବାତାବରଣ ସ୍ବତେ ସଂଘ ସଭାପତି ଖଗେଶ୍ବର ସିଂହ ଙ୍କ ନେତୃତ୍ବରେ ସଂଘ ର ସମସ୍ତ ସଦସ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଉପମା ବଣ୍ଟନ ବ୍ୟବସ୍ଥା କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ପାଇଁ ସଂଘ ର ଉପସଭାପତି ଉଲା ଜୟଶଙ୍କର,ଚିତ୍ତରଞ୍ଜନ ନାଏକ, କେ. ମାଧବ ରାଓ, ଏନ.ସୋନାଲି, ଏ.ହେମା, ବନ୍ତୁ, ନିଲାବେଣୀ, ଲକ୍ଷ୍ମୀ ସିଂହ,  ରଚିତା, ରଜନୀ, ଝାନାସି, ଜୟନ୍ତ, ନିକିପାପ, ସିଧୁ, ବବୁଲୁ, ତରୁଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.