କଳାହାଣ୍ଡି ଡ୍ରିମ୍ ସେଣ୍ଟର ଏଜୁକେସନାଲ୍ ହଷ୍ଟେଲ ଅନ୍ତେବାସୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ  ଶେରଗଡ଼ ପଞ୍ଚାୟତ ଡେଙ୍ଗସର୍ଗି ସ୍ଥିତ କଳାହାଣ୍ଡି ଡ୍ରିମ୍ ସେଣ୍ଟର ଏଜୁକେସନାଲ୍ ହଷ୍ଟେଲର ୧୦୩ ଜଣ ଅନ୍ତେବାସୀଙ୍କୁ ସ୍କୁଲ ବ୍ୟାଗ ସହିତ ବିଭିନ୍ନ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି। ହଷ୍ଟେଲ ପରିଚାଳକ ଦୀପ୍ତି ପ୍ରକାଶ ଦୀପଙ୍କ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ସମ୍ମାନିତ ଅତିଥି ଭାବେ ରେଗଡା ମିଶନ ହଷ୍ଟେଲ ପରିଚାଳକ ଜାକୁବ କୁମାର ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅନୁଷ୍ଠାନରେ ଉପାନ୍ତ ଅଞ୍ଚଳର ଅନାଥ ଶିଶୁମାନେ ରହି ଶିକ୍ଷା ଲାଭ କରିଥାନ୍ତି। ସମାଜରେ ଅବହେଳିତ ଜୀବନ ନିର୍ବାହ କରୁଥିବା ଏପରି ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ, ସର୍ବାଙ୍ଗୀନ ବିକାଶ ତଥା ଯତ୍ନ ନେଇଥାନ୍ତି ଏହି ଅନୁଷ୍ଠାନ। ଅନାଥ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଅନୁଷ୍ଠାନକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିବା ସହ ସେବାକାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ହଷ୍ଟେଲର ଅନ୍ତେବାସୀମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ହଷ୍ଟେଲ ପରିଚାଲକ ଦୀପ୍ତି ରଞ୍ଜନ ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ସକ୍ତିରାଜ ମାଝୀ ଧନ୍ୟ ବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପ୍ରଣତି ଦୀପ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.