ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ଅଭିନବ ସାହିତ୍ୟ କାର୍ଯ୍ୟକ୍ରମ ‘ହର୍ଷେ ଇ’ : ବରିଷ୍ଠ ଲେଖକ ହାତ ଧରି ଆଦରିଲେ କନିଷ୍ଠଙ୍କୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵର ସ୍ଥିତ ଗୀତଗୋବିନ୍ଦ ସଦନରେ ଦେବବ୍ରତ ଦାସ ଏବଂ ଅବିନାଶ ସାହୁଙ୍କ ମିଳିତ ଉଦ୍ୟମରେ ‘ଅବିକା’ ଅନୁଷ୍ଠାନ ଦ୍ୱାରା ଆୟୋଜିତ “ହର୍ଷେ ଇ” ଉତ୍ସବ ୨୩ ଜୁଲାଇ, ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ବରିଷ୍ଠ କବି ମମତା ଦାଶ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ l ଗାଳ୍ପିକ ଦେବବ୍ରତ ଦାସ ସ୍ଵାଗତ ଭାଷଣରେ “ହର୍ଷେ ଇ”ର ଆଭିମୁଖ୍ୟ ବିଷୟରେ ଅବଗତ କରି ଅତିଥି ଏବଂ ଶ୍ରୋତା ମାନଙ୍କୁ ସ୍ୱାଗତ କରିଥିଲେ ।

“ହର୍ଷେ ଇ” ଉତ୍ସବରେ ଛଅ ଯୁବ କବି ଶ୍ରୀସିକ୍ତା ଶୁଭଦର୍ଶନୀ, ମନୀଷା ବିଶ୍ୱାଳ, ଐଶୂର୍ଯ୍ୟା ରାଉତ, ମହାଦେବ ପ୍ରଧାନ, ନାରାୟଣ ସାହୁ ଏବଂ ବୀରେନ୍ଦ୍ର ନାୟକଙ୍କ ପ୍ରଥମ ବହିକୁ ନେଇ ଆଲୋଚନା କରିଥିଲେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ଅପର୍ଣ୍ଣା ମହାନ୍ତି, ମମତା ଦାଶ ଏବଂ ଶୁଭଶ୍ରୀ ଲେଙ୍କା ।

ଛଅ ଯୁବ କବି ସେମାନଙ୍କର କବିତା ଆବୃତ୍ତି କରିବା ସହିତ କବିତା ଆବୃତ୍ତିର କଳାତ୍ମକ ଦିଗ ଉପରେ ମତ ପ୍ରକାଶ କରିଥିଲେ କବି ଶକ୍ତି ମହାନ୍ତି, ଦେବଦତ୍ତ ପତି, ମନୁଆ ଦାସ, ପ୍ରବୀଣା ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ପ୍ରତୀକ୍ଷା ଜେନା । କବି ଅମିୟ ରଞ୍ଜନ ମହାପାତ୍ର ବିଖ୍ୟାତ କବି ଗୁରୁ ମହାନ୍ତିଙ୍କର ଏକ କବିତା ପାଠ କରିଥିଲେ ।

ଏହି ଅଭିନବ ଉତ୍ସବରେ ବରିଷ୍ଠ, ବରେଣ୍ୟ ଏବଂ ଯୁବ ଲେଖକ, ଲେଖିକା ଓ କବିମାନେ ଶ୍ରୋତା ଭାବରେ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ। ବେଦପ୍ରକାଶ ନାୟକ ମଞ୍ଚ ପରିଚାଳନା ଏବଂ ପ୍ରଣୟ ସୁଧା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଅର୍ପିତା ନାୟକ, ସଂପ୍ରୀତି ପ୍ରଧାନ ଏବଂ କଲ୍ୟାଣୀ ମହାପାତ୍ର ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.