ଶଶୁର ଘର ଗାଁରୁ ଜ୍ବାଇଁଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖର୍ଷେଲବାଞ୍ଜି ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ଜଣକ ହେଲେ ଖର୍ଷେଲବାଞ୍ଜି ର ଶେଷଦେବ ମିର୍ଦ୍ଧା।ସୂଚନା ଅନୁଯାୟୀ ଶେଷଦେବ ତାଙ୍କ ଶଶୁର ଘାରକୁ ବୁଲିବାକୁ ଯାଇଥିଲେ। ଗତକାଲି ସନ୍ଧ୍ୟା ସମୟରେ ଶଶୁର ଘର ନିକଟ ପୋଖରୀ କୁ ଶୌଚ ହେବାକୁ ଯାଉଛି କହି ଯାଇଥିଲେ ଶେଷଦେବ। ହେଲେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଏନେଇ ବହୁ ଖୋଜା ଖୋଜି କରି ପୋଲିସ କୁ ମଧ୍ୟ ସୂଚନା ଦେଇଥିଲେ ଶଶୁର ଘର ଲୋକେ ହେଲେ ମିଳି ନଥିଲେ ଶେଷଦେବ। ଆଜି ଶେଷଦେବ ଙ୍କ ମୃତଦେହ ଏକ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକ। ଏନେଇ ଶେଷଦେବଙ୍କ ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପରିବାର ଲୋକେ ଆସି ମୃତ ଦେହକୁ ଉଦ୍ଧାର କରି ବଲାଙ୍ଗିର ମୂଖ୍ୟ ଡ଼ାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହ କୁ ଆଣିଥିଲେ। ଗତ କାଲି ସନ୍ଧ୍ୟା ସମୟରେ ବହୁତ ଜୋରରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିବା ବେଳେ ସେହି ସମୟରେ ଶେଷଦେବ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଶେଷଦେବ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ଶେଷଦେବ ଙ୍କ ଛୋଟ ଛୋଟ ଦୁଇଟି ସନ୍ତାନ ଅଛନ୍ତି। ପରିବାର ଲୋକ ଏନେଇ ଯବାନ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.