ଓଏସଆର୍ଟିସି ବସରେ ଗଞ୍ଜେଇ ଚାଲାଣ: ଦୁଇ ଅଭିଯୁକ୍ତ କୋର୍ଟ ଚାଳାଣ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଭବାନୀପାଟଣା ରୁ ବିଶାଖାପାଟଣା ଭାୟା ମୁଖିଗୁଡା ଓଏସଆର୍ଟିସି ବସରେ ଗତ କାଲି ସନ୍ଧ୍ୟା ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପାଟଣା ଅବକାରୀ ବିଭାଗ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଜୟପାଟଣା ଥାନା ରୁ ଆଜି ଧର୍ମଗଡ କୋର୍ଟ କରିଥିବା ସୁଚନା ମିଳିଛି। ସୁଚନା ଅନୁଯାୟୀ ଗତ କାଲି ବିଶ୍ବସ୍ତ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅବକାରୀ ବିଭାଗ ଜୟପାଟଣା ରାଜବାଟୀ ଛକ ନିକଟରେ ବସ୍ ଆସିବା ପୂର୍ବରୁ ଛପି ରହିଥିଲେ ବସ୍ ଟି ମୁଖିଗୁଡା ପଟୁ ଜୟପାଟଣା ଆସୁଥିବା ବେଳେ ରାଜବାଟୀ ଛକ ରେ ତଲାସୀ କରାଯାଇଥିଲା। ତଲାସୀ ବେଳେ ଦୁଇ ଜଣ ଯୁବକ ଙ୍କ ଏୟାର ବ୍ୟାଗ୍ ରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିବା ବେଳେ ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ଦୁହେଁ କର୍ଣ୍ଣାଟକ ରାଜ୍ୟ ର ବେଙ୍ଗାଳୁରୁ ନାଦୀମ ପାଶା ଏବଂ ସାହଦ ଆଜଗର ବୋଲି ଜଣା ପଡିଛି। କେଉଁ ଠାରୁ ଗଞ୍ଜେଇ ଆସିଥିଲା ଓ କେଉଁ ଠାକୁ ଯାଉଥିଲା ସେ ଦିଗରେ ତଦନ୍ତ ଚାଲିଥିବା ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.