ସମଗ୍ର ଶିକ୍ଷା ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବିତରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ତରଫରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଅଭିନବ କାର୍ଯ୍ୟକ୍ରମ କରାଯାଉଛି। ସେଥିପାଇଁ ଅନେକ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଆଗେଇ ନେବା ପାଇଁ ତଦଜନିତ ସହାୟକ ଉପକରଣ ପ୍ରଦାନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି। ଭବାନୀପାଟଣା ସ୍ଥିତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ପକ୍ଷରୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୈତାରୁ ଦୀପ ମୁଖ୍ୟଅତିଥି, ଭବାନୀପାଟଣା ବିଇଓ ଆଚାରୀ ଶବର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମଗ୍ର ଶିକ୍ଷାର ଜିଲ୍ଲା ଅନ୍ତର୍ନିବେଶୀ-ଶିକ୍ଷା ସଂଯୋଜିକା ଲିପିକା ଅପରାଜିତାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ଯୋଗଦେଇଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ଶ୍ରବଣ ସାମଗ୍ରୀ, ବ୍ରେଲି କିଟ, ସୁଗମ୍ୟ କେନ୍ , କ୍ରଚେସ ଏଲବୋ, ହ୍ୱିଲ ଚେୟାର, ରୋଲେଟର, ସିପି ଚେୟାର, ଟ୍ରାଏ ହ୍ଵିଲ ସାଇକେଲ ପ୍ରଭୃତି ସାମଗ୍ରୀ ପ୍ରଦାନ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.