ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ମା, ମାଟି କଳାର ସମ୍ମାନ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ  ମା, ମାଟି, କଳାର ସମ୍ମାନ ସମ୍ବର୍ଦ୍ଧନା ଉତ୍ସବ ଗତ ରବିବାର ଦିନ ପ୍ରଗତି ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର  ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ପ୍ରଗତି ପରିଚାଳନା ସମିତିର ସଭ୍ୟ ଲକ୍ଷ୍ମୀକାନ୍ତ ବେହେରା, ରଣଜିତ ସିଂ, ଭବେନ୍ଦ୍ର କୁମାର ପଣ୍ଡା, କାଦିର ଖାଁ, ପ୍ରତିଭା ଅନୁଷ୍ଠାନର ସଭାପତି ଶ୍ରୀ ଧ୍ୟାନନନ୍ଦ ପଣ୍ଡା, ସମ୍ପାଦକ ଶ୍ରୀ ଚିଣ୍ଟୁ ପ୍ରସାଦ ନାଏକ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର, ଅଜୟ କୁମାର ମିଶ୍ର ପ୍ରମୂଖ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମସ୍କୋରେ ଅନୁଷ୍ଠିତ ଭାରତ ଉତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିଭା ଅନୁଷ୍ଠାନର କଳାକାରମାନଙ୍କୁ ଏବଂ ଜାପାନରେ ଅନୁଷ୍ଠିତ ଇଣ୍ଡିଆନ ଫୋକ ଫେଷ୍ଟିଭାଲ ଜି-୨୦ ୨୦୨୩ର ଭାରତୀୟ ଲୋକ ଉତ୍ସବରେ ଯୋଗଦାନ କରି  କଳାହାଣ୍ଡିର କଳା ଏବଂ ସଂସ୍କୃତିକୁ ବିଶ୍ଵଦରବାରରେ ପହଞ୍ଚାଇଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ମୁଖ୍ୟ ଅତିଥି ମାନ୍ୟବର ଶ୍ରୀ ସୁଜିତ କୁମାର ସମସ୍ତ କଳାକାରମାନଙ୍କୁ ନିଜ ହସ୍ତରେ ପ୍ରମାଣପତ୍ର ସହିତ ଉପଢୌକନ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ କଳାହାଣ୍ଡିର ପ୍ରସିଦ୍ଧ ଲୋକଗୀତର କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କ ଦ୍ୱାରା “ଲିକରି ଝିକରି ଡାଲ୍ କୁରିଆ ମନ କେଁ ପରଫୁଲ”  ଗୀତର ତାଳେ ତାଳେ ଉପସ୍ଥିତ ଅତିଥି ବୃନ୍ଦ ଏବଂ ସମସ୍ତ ଛାତ୍ରଛାତ୍ରୀ ଝୁମିଥିଲେ ।

ପରେ ପରେ  ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିରେ ପୁଣ୍ୟାଦୀପା ଖମାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଚିନ୍ମୟ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.