ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଆଇସିଡିଏସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିଷେଧ ଟ୍ରାସ୍କ ଫୋର୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରପଞ୍ଚ ଗୌତମ ବାର୍ଲିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଇଓ ରବୀନ୍ଦ୍ର କୁମାର ନାୟକ, ଶ୍ରୀକାନ୍ତ ମାଲେଟି ପ୍ରମୁଖ ମଞ୍ଚାସିନ ରହିଥିଲେ । ୧୮ବର୍ଷ ରୁ କମ୍ ବୟସର ବାଳିକା ଓ ୨୧ବର୍ଷ ବୟସରୁ କମ୍ ପୁଅ ଙ୍କୁ ବିବାହ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଝିଅକୁ ୧୮ରୁ ଉର୍ଦ୍ଧ୍ବ ଓ ପୁଅକୁ ୨୧ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ବିବାହ କରିପାରିବ ବୋଲି ବୁଝାଇଥିଲେ । ଯଦି କୌଣସି ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତା ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ,ନିକଟସ୍ଥ ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସୁପର ଭାଇଜର,ଆଇସିଡିଏସ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମାନଙ୍କୁ ଜଣାଇବ । ସମସ୍ତ ଶିଶୁ ପାଠ ପଢା ରେ ଆଗ୍ରହ କରିବେ, ଶିଶୁ ଶ୍ରମିକ ଭାବେ କାର୍ଯ୍ୟ ନ କରିବାକୁ ବୁଝାଇଥିଲେ । ଏଥିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କିଶୋରୀ ବାଳିକା ମାନେ ଉପସ୍ଥିତ ରହିଥିଲେ । ସମସ୍ତଙ୍କୁ ନେଇ ଶପଥ ପାଠ କରାଯାଇ ଆଠ ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସେମାନେ ବର୍ଷକୁ ୪ଥର ବା ତିନିମାସକୁ ଥରେ ଲେଖାଏଁ ବୈଠକ କରି ଅଞ୍ଚଳର ସମସ୍ତ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରାଯାଇ ଆବଶ୍ୟକ ସ୍ଥଳେ ବ୍ଲକ ଓ ଜିଲା ଅଧିକାରୀଙ୍କୁ ସୂଚନା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରର ୧୦୯୮ ଓ ୧୮୦୦୪୧୯୧୮୧୩ ସମ୍ପର୍କ ହେଲ୍ପ ଲାଇନ ନମ୍ବର ଦିଆଯାଇଛି ।