ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଲା ବାୟୋମେଟ୍ରିକ ଉପସ୍ଥାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ଅଧୀନସ୍ଥ ଜଗନ୍ନାଥପୁର ପଞ୍ଚାୟତରେ ଲାଗିଲା ବାୟୋ ମେଟ୍ରିକ ଉପସ୍ଥାନ। ସରପଞ୍ଚ ମୁଗାନା ମାଝୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁଙ୍କ ଉଦ୍ୟମରେ ଏହା ଲାଗିଛି। କଳାହାଣ୍ଡି ଜିଲ୍ଲାରେ ସର୍ବ ପ୍ରଥମେ କେସିଙ୍ଗା ବ୍ଲକର ତୁଣ୍ଡଲା ପଞ୍ଚାୟତରେ ଗତ ୨୪ ତାରିଖରେ ଏହି ବାୟୋ ମେଟ୍ରିକ ଉପସ୍ଥାପନ କରାଯାଇଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ଜଗନ୍ନାଥପୁର ପଞ୍ଚାୟତରେ ଏହି ବାୟୋ ମେଟ୍ରିକର ସୁଭାରମ୍ଭ ହୋଇଛି।ଏହା ଦ୍ବାରା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ଠିକ ସମୟରେ କାର୍ଯ୍ୟାଳୟକୁ ଆସି ଅଫିସରେ ପହଞ୍ଚି ନିୟମାନୁଯାୟୀ କାର୍ଯ୍ୟାଳୟ ବନ୍ଦ ହେଲାପରେ ହିଁ ଯାଇ ପାରିବେ ବୋଲି ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ସେହିପରି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଲୋକଙ୍କ ସରଳତାର ସୁଯୋଗ ନେଇ ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ବିଭିନ୍ନ ବିଭାଗର କର୍ମଚାରୀମାନେ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଣୁ ଲାଞ୍ଜିଗଡ଼ ବ୍ଲକରେ ଏହି ବାୟୋ ମେଟ୍ରିକ ଅତ୍ୟନ୍ତ ଆବଶ୍ୟକ ରହିଛି। ଆଗକୁ ଏହିପରି ସମସ୍ତ ସରକାରୀ କାର୍ଯ୍ୟଳୟରେ ବାୟୋ ମେଟ୍ରିକ ବ୍ୟବସ୍ଥା କରାଗଲେ କର୍ମଚାରୀ ମାନେ ଠିକ୍ ଭାବେ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବେ ବୋଲି ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.