ଡେଙ୍ଗ ପଞ୍ଚାୟତରେ କମାଲ ଶିବିର ଶିକ୍ଷା ଅଭିଯାନ ଉତ୍ସବ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଲୋକ ଉନ୍ନତି ସଂଗଠନ ଓ ପ୍ରଥମ ଏଜୁକେସନ ଫାଉଣ୍ଡେସନର ମିଳିତ ଉଦ୍ୟମରେ ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ପଞ୍ଚାୟତ ଅଫିସ ଗୃହଠାରେ ଏକ ଉତ୍ସାହପୂର୍ଣ୍ଣ ଶିକ୍ଷା ଉତ୍ସବ “କମାଲ ଶିବିର” ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ବେଛାସେବୀମାନେ ଛାତ୍ରଛାତ୍ରୀଙ୍କୁ ଖେଳ, ଗପ, ଚିତ୍ରାଙ୍କନ ମାଧ୍ୟମରେ ପାଠ ପଢ଼ାଇ ତାଙ୍କର ଗ୍ରୀଷ୍ମ ଅବକାଶ ଦିନଗୁଡ଼ିକୁ ଉପଯୁକ୍ତ ଓ ଶିକ୍ଷାନୁଭବପୂର୍ଣ୍ଣ କରିଥିଲେ। ଏହି କାର୍ଯ୍ୟକ୍ରମ ୬ ସପ୍ତାହ ଧରି ଚାଲିଥିଲା ଓ ଏହା ଦ୍ୱାରା ଗ୍ରାମ ଅଞ୍ଚଳରେ ଶିକ୍ଷା ପ୍ରତି ଜାଗୃତି ସୃଷ୍ଟି ହେବା ସହ, ଶିଶୁମାନଙ୍କର ମନୋବୃତ୍ତି ଓ ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ସାଧାରଣରେ ମତପ୍ରକାଶ ପାଇଛି। ଉକ୍ତ ଉତ୍ସବରେ ୱାର୍ଡ ମେମ୍ବର ଅନୁସୟା ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଲୋକ ଉନ୍ନତି ସଂଗଠନର ଜିଲ୍ଲା ସଭାପତି ଜେମାମଣି ମଲ୍ଲିକ, ଲୋକ ଉନ୍ନତି ସଂଗଠନ ବ୍ଲକ ସଦସ୍ୟା ପବିତା ବଗର୍ତ୍ତୀ, ଲଳିତା ରାଣୀ କୁମ୍ଭାର, ବେଣୁଧର ଭାଟି, ନବୀନ ବଗର୍ତି, କାର୍ଯ୍ୟକର୍ତ୍ତା ଗୀତାଞ୍ଜଳି କୁମ୍ଭାର, ବିଶ୍ୱନାଥ ବାଗ, ପରମେଶ୍ୱର ରଣା, ଜୟନ୍ତ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ପରିଶେଷରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ସମସ୍ତ ସ୍ବେଛାସେବୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.