ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀପ୍ରିୟା ମୁଦୁଲିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢ଼ଳଦେବ ମୁଣ୍ଡ, ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୀନା ଦାସ୍, ସୁରେଖା ମହାନ୍ତି, ଗ୍ରୁମିତ୍ କର୍, ଭାଇ ଦାଶରଥି ନନ୍ଦ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ୧୩ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ଥିଲେ। ଶ୍ରୀମତୀ ମୁଦୁଲି ଦୀର୍ଘ ବର୍ଷ ଧରି ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ଅତୁଟ୍ ଶ୍ରମ ଓ ନିଷ୍ଠା ସହ କାର୍ଯ୍ୟ କରି ଶିକ୍ଷା ପ୍ରଣାଳୀରେ ନୂଆପଥ କାର୍ଯ୍ୟଦକ୍ଷତା, ନୀତିନିଷ୍ଠା, ଏବଂ ନିତନୂତନ ଶିକ୍ଷା ଅଭିଗମ ପ୍ରତି ତାଙ୍କର ଆଗ୍ରହକୁ ଉଲ୍ଲେଖ କରି ତାଙ୍କ ସେବାକୁ ଅମୂଲ୍ୟ ବୋଲି ସମସ୍ତେ ଅଭିବ୍ୟକ୍ତ କରି ତାଙ୍କ ଯୋଗଦାନ ଦ୍ୱାରା ଅଞ୍ଚଳର ଶିକ୍ଷା ସ୍ତର ଦୃତ ଗତିରେ ଉନ୍ନତି ପାଇଛି ବୋଲି କହିଥିଲେ। ସଭା ଶେଷରେ ଶ୍ରୀମତୀ ମୁଦୁଲି ନିଜ ଭାବନା ଅଭିବ୍ୟକ୍ତ କରି ଲାଞ୍ଜିଗଡ଼ ମୋ ପାଇଁ କେବଳ କାର୍ଯ୍ୟସ୍ଥଳ ନୁହଁ, ଏହା ମୋ ଦ୍ୱିତୀୟ ପରିବାର ଏଠାର ସମସ୍ତଙ୍କ ସହଯୋଗ ଓ ଭଲପାଇବା ବିନା ଏପରି ସଫଳତା ସମ୍ଭବ ହୁଏନଥାନ୍ତା ବୋଲି କହିଥିଲେ। ସଭା ଶେଷରେ ତାଙ୍କୁ ସ୍ମୃତିଚିହ୍ନ, ଉପହାର ଓ ଫୁଲମାଳା ଦ୍ୱାରା ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.