ବାଇକ ଆରୋହୀଙ୍କ ଉପରେ ଖସି ପଡ଼ିଲା ରାସ୍ତା କଡ଼ ଶୁଖିଲା ଗଛର ଶାଖା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରୁ ପୋଖରୀ ବନ୍ଧକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୁଇ ପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ରହିଛି ଶୁଖିଲା ଗଛ। ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଏହି ଖବର ଗତ କିଛିଦିନ ତଳେ ଓଡ଼ିଆ ବାର୍ତ୍ତାରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଫଳରେ ଆଜି ଜଣେ ବ୍ୟକ୍ତିଙ୍କ ଉପରେ ଶୁଖିଲା ଗଛ ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ବହୁଦିନ ଧରି ସୁଖିଲା ଗଛ ଗୁଡ଼ିକ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏହି ଗଛ ଗୁଡିକୁ କାଟିବା ପାଇଁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ।କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଆଜି ସକାଳୁ ଉକ୍ତ ରାସ୍ତା ଦେଇ ଜମେଶ ଚନ୍ଦ୍ର ସାହୁ ବାଇକ ଯୋଗେ ଲାଞ୍ଜିଗଡ ଠାରୁ ବିଶ୍ୱନାଥପୁର ପଟେ ଯାଉଥିବା ବେଳେ ଟାଙ୍ଗନକଣା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଟି ହଠାତ ତାଙ୍କ ଉପରେ ପଡ଼ିଯାଇଥିଲା। ଜମେଶ ନିଜ ବାଇକରୁ ଛିଟିକି ପଡିଥିବା ବେଳେ ତାଙ୍କ ହାତ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଧାର କରି ବିଶ୍ୱନାଥପୁର ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ।ପୂର୍ବରୁ ଗଛଗୁଡ଼ିକୁ କଟାଯିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି ପ୍ରଶାସନ ଓ ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.