ସାପ କାମୁଡ଼ାରେ ଲୋକନାଟକ ଅଭିନେତା ସୁରେଶ ସାହୁଙ୍କ ଅକାଳ ବିୟୋଗ 

୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କର୍ଲାମୁଣ୍ଡା ଅଞ୍ଚଳର ଲୋକପ୍ରିୟ ଲୋକନାଟକ ଅଭିନେତା ସୁରେଶ ଚନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଛି। ସ୍ବର୍ଗତ ସାହୁ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ରାମଲୀଲା ନାଟକରେ ରାବଣ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ରାତି ୧୨. ୩୦ ସମୟରେ ସ୍ବର୍ଗତ ସାହୁଙ୍କୁ ସାପ କାମୁଡିଥିବା ଜାଣି ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କଲାପରେ ଡାକ୍ତର ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଲେ। ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ ୧୦୮ଯୋଗେ ବଲାଙ୍ଗୀରକୁ ରାତି ୧ଟାରେ ବାହାରି ପାହାନ୍ତିଆ ୪ଟାରେ ପହଞ୍ଚିଥିଲେ। ୬୦ କିଲୋମିଟର ବାଟକୁ ୪ଘଣ୍ଟା ସମୟ ଲଗାଇଥିଲେ ଡ୍ରାଇଭର। ବାଟରେ ଆମ୍ବୁଲାନ୍ସ ଚାଳକ ପରିସ୍ରା ଓ ପାଣି ପାଇଁ ପାଖାପାଖି ଅଧାଘଣ୍ଟା ଗାଡି ବନ୍ଦ କରିଥିଲେ। ଗାଡ଼ିରେ ରୋଗୀ ଶୋଇ ଥିବା ସ୍ଥାନରେ ଆଲୋକ, ଫେନ କିମ୍ବା ଅକ୍ସୀଜେନ ନଥିଲା। ଇଏମଟି ରୋଗୀଙ୍କ ସହ ନ ବସି ଚାଳକଙ୍କ ସହିତ ଗାଡିର ଆଗ ସିଟରେ ଶୋଇଥିଲେ। ଯାହା ଫଳରେ ସ୍ବର୍ଗତ ସୁରେଶ ସାହୁ ବହୁତ କଷ୍ଟ ଅନୁଭବ କରିଥିଲେ। ଏହା ସ୍ଥାନୀୟ ଲୋକେ ଜାଣିବାପରେ କ୍ଷୋଭ ପ୍ରକାଶ କରିଛନ୍ତି। ଇ ଇଏମଟିଙ୍କୁ ନିଲମ୍ବନ କରି ସମସ୍ୟାର ସମାଧାନ କରିବାକୁ କଳାକାର ଓ ଜନସାଧାରଣ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.