କର୍ଲାପଡା ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ଲାପଡ଼ା ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ବାଟିକା-୨୫ ଜଣ, ପ୍ରଥମ ଓ ଦ୍ବିତୀୟ-୩୫ ଜଣ, ତୃତୀୟ-୧୩ ଜଣ,ଶିଶୁ ବିଭାଗ-୨୧ ଜଣ ଓ ବାଲ ବର୍ଗ-୨୦ ଜଣ ମୋଟ-୧୧୪ ଜଣ ଶିଶୁ ଭାଇ ଭଉଣୀ ଜ୍ଞାନ ବିଜ୍ଞାନ ମେଳାରେ ଭାଗ ନେଇଥିଲେ। ବିଚାରକ ଭାବରେ ବିରଞ୍ଚି କୁମାର ତାଣ୍ଡି, ବିଜ୍ଞାନ ଶିକ୍ଷକ ଥୁଆପଦର, ସୁଶ୍ରୀ ସୁନନ୍ଦା ସାଗର, ବିଜ୍ଞାନ ଶିକ୍ଷୟିତ୍ରୀ କର୍ଲାପଡ଼ା, ଗୁମାନ ଦୁର୍ଗା, ବିଜ୍ଞାନ ଶିକ୍ଷକ କର୍ଲାପଡ଼ା, ଫିରୋଜ କୁମାର, ବିଜ୍ଞାନ ଶିକ୍ଷକ ଛେଳିଆମାଲ, ରଞ୍ଜନ କୁମାର ସାମଲ, ବିଜ୍ଞାନ ଶିକ୍ଷକ ଘୁଘୁରପଲା । ପରିଚାଳନା ସମିତିର ସମ୍ପାଦକ ରାମଚନ୍ଦ୍ର ଧଙ୍ଗଡାମାଝୀ ଓ ଉପସଭାପତି କରୁଣାକର ବାଗ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅତିଥିମାନଙ୍କ ପରିଚୟ ସୁରେନ୍ଦ୍ର ନାଗ, ଉଦ୍ଦେଶ୍ୟ କଥନ ପ୍ରଧାନ ଆଚାର୍ଯ୍ୟ ବିଜୁ କୁମାର ସାହୁ ଓ ପୁରସ୍କାର ବିତରଣ ସୁଶାନ୍ତ କୁମାର ନାଏକ କରିଥିଲେ। ଅନୁଷ୍ଠାନର ଅନୀତା ପ୍ରଧାନ, ଗୋବିନ୍ଦ ନାଏକ, ସଂଯୁକ୍ତା ରଥ, ରାଧୁ ଚରଣ ପ୍ରଧାନ, ଘେନୁ ପ୍ରସାଦ ବାଗ, ଖୁସିରାମ ଗହୀର ସହିତ ଅନ୍ୟାନ୍ୟ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.