ଲାଞ୍ଜିଗଡ଼ ବ୍ଲକ ସ୍କୁଲ ସ୍ପୋର୍ଟସ୍ ଆସୋସିଏସନର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟଳୟ ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍କୁଲ ସ୍ପୋର୍ଟସ୍ ଆସୋସିଏସନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକର ସମସ୍ତ ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ୨୦୨୫ ଶିକ୍ଷା ବର୍ଷରେ ଆୟୋଜନ ହେବାକୁ ଥିବା ସମସ୍ତ କ୍ରୀଡା, ସ୍କାଉଟ ଗାଇଡରେ କିଭଳି ବିଦ୍ୟାଳୟର ଛାତ୍ରଛାତ୍ରୀ ପୂର୍ଣ୍ଣାଙ୍ଗ ଭାବେ ଭାଗ ନେଇ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକର ନାମ ରାଜ୍ୟ ସ୍ତରରେ ଗୌରବ ହାସଲ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ପ୍ରିୟା ମୁଦୁଲି, ନୋଡାଲ ଖେଳ ଶିକ୍ଷୟିତ୍ରୀ ଧରିତ୍ରୀ ବିଷୋୟୀ, ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ଅଜୟ କୁମାର ପଲେଇ ସମତେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ବୈଠକରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.