NQAS ହାସଲ କଲା ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର

ଓଡିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗିରରେ ଅବସ୍ଥାପିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଜାତୀୟ ଗୁଣବତ୍ତା ମାନ(NQAS) ହାସଲ କରିଛି। ଯାହାକି ବଲାଙ୍ଗିର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ଦ୍ୱାରା ପରିଚାଳିତ ଏହା ଏବେ ଭାରତ ସରକାର ଙ୍କ ଜାତୀୟ ସ୍ତର ର ଗୁଣବତ୍ତା ର ମାନ ହାସଲ କରିପାରିଛି l ଉକ୍ତ ମାନ ନିର୍ଦ୍ଧାରଣ ପାଇଁ ପ୍ରାୟ ଏକ ମାସ ତଳେ ଏକ ଜାତୀୟ ସ୍ତର ର ଚୟନ କର୍ତ୍ତା ଦଳ (National Assessors) ଭାରତ ସହକାର ଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସର୍ବମୋଟ ୧୨ ଗୋଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହି ଚୟନ ପ୍ରକ୍ରିୟା ଦୁଇ ଦିନ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଏହାର ପାର୍ଶ୍ଵଞ୍ଚଳ ସ୍ୱାସ୍ଥ୍ୟ ପରିଧି ମଧ୍ୟ କୁ ପରିଦର୍ଶନ କରି ସବିଶେଷ ଅଠର ଶହ (୧୮୦୦) ଚେକ ପଏଣ୍ଟ ଉପରେ ଚୟନପାଇଁ ପ୍ରକ୍ରିୟା ପ୍ରାରମ୍ଭ କରିଥିଲେ l ଉକ୍ତ ଜାତୀୟ ଚୟନ ପ୍ରକ୍ରିୟା ସମୟରେ ଜାତୀୟ ଚୟନ କର୍ତ୍ତା ଡା.ଭେଙ୍ଗଲା ପ୍ରସାଦ ବାରା (ବେଙ୍ଗୁଲୁରୁ), ଡା. ସେଵାବ୍ରତ ରାଏ (କୋଲକତା) ଓ ତାଙ୍କ ଟିମ ଭାରତ ସରକାର ସ୍ୱାସ୍ଥ୍ୟ ବିଭାଗ ଙ୍କ ପ୍ରତିନିଧିତ୍ବ କରି ଏହାକୁ ଭାରତ ବର୍ଷ ର ଜାତୀୟ ସ୍ୱାସ୍ଥ୍ୟ ଗୁଣବତ୍ତା ମାନ ନିର୍ଧାରଣ କରିଥିଲେ l ସବିଶେଷ ଚୟନ ପ୍ରକ୍ରିୟା ସମାପନ ଏକ ମାସ ପରେ ବଲାଙ୍ଗିର ଜିଲ୍ଲା ର ଏକ ମାତ୍ର ସ୍ୱାସ୍ଥ୍ୟନୁଷ୍ଠାନ କୁ ଜାତୀୟ ଗୁଣବତ୍ତା ର ସ୍ୱାସ୍ଥ୍ୟସେବା ଯୋଗାଉଥିବା ଯୋଗ୍ୟ ଅନୁଷ୍ଠାନ ବିବେଚିତ ବୋଲି ଘୋଷଣା କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ର ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ, ଡା. ଦିବ୍ୟ କିଶୋର ପତି,(ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ) ଜେ ରାଜେଶ୍ୱର ରାଓ ପଟ୍ଟନାୟକ (ଜିଲ୍ଲା ପ୍ରକଳ୍ପ ମେନେଜର, ଜାତୀୟ ସ୍ୱାସ୍ଥ୍ୟ ମିଶନ) ଶ୍ରୀ ରାମାନୁଜ ପଣ୍ଡା (ଏ. ପି ଏମ ), ପ୍ରଦୀପ କୁମାର ନାଗ( ପି ଏଚ ଏମ ), ଅନିଲ ମହାକୁଡ଼ (ୟୁ. ଡ଼ି. ଏମ) ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ତଥା ପିସ ୟୁନିସନ ର ଚେୟାରମେନ ଓ ନିର୍ଦେଶକ ରବି ରଞ୍ଜନ ପୁଜାରୀ ଓ ସତ୍ୟ ରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡା. ନିହାର ରଞ୍ଜନ ବହିଦାର ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଓ ସବିଶେଷ କାର୍ଯ୍ୟକ୍ରମ କୁ ସୁସଂଗଠିତ ରେ ସଫଳ କରାଇଥିବା ହେତୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ସ୍ୱାସ୍ଥ୍ୟ କେନ୍ଦ୍ର ଓ ସମସ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ର ସଭିଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଛନ୍ତି l ଉପରୋକ୍ତ ଜାତୀୟ ସ୍ୱାସ୍ଥ୍ୟ ମାନ ନିର୍ଧାରଣ ପ୍ରକ୍ରିୟା ରେ ସାରା ଭାରତ ବର୍ଷ ରୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିର, ଏହି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ହେତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ,ପୌରାଧିକ୍ଷା ପୌର ପରିଷଦ ବଲାଙ୍ଗିର, ଶ୍ରୀମତୀ ଲିକା ସାହୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.