ସୁବର୍ଣ୍ଣପୁର ଜିଲ୍ଲା ଭଏସ ଅଫ ମିଡ଼ିଆ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ତରଫରୁ ନୂତନ ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ବାଗତ ସ୍ୱମର୍ଦ୍ଧନା କରା ଯାଇଛି l ଜିଲ୍ଲାପାଳଙ୍କୁ ଭେଟି ସୋନପୁର ଆହାର କେନ୍ଦ୍ରର ପାଣି ସମସ୍ୟା, ସହରର ଟ୍ରାଫିକ ସମସ୍ୟା, ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ରିଙ୍ଗ ରୋଡ କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବା, ସହରରେ ମଶା ଉପଦ୍ରବକୁ ବିନାଶ କରାଯାଇ ମ୍ୟାଲେରିଆ ମୁକ୍ତ କରିବା, ଅଳିଆ ଆବର୍ଜ୍ଜନା ସଫା ଓ ଜମୁଥିବା ନର୍ଦ୍ଦମା ପାଣିକୁ ଡ୍ରେନାଇଜ କରିବା ବିଷୟରେ ନୂତନ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବି ସମ୍ମିଳିତ କାର୍ଯ୍ଯ ରତ ରାଜ୍ୟ ସାମ୍ବାଦିକ ଙ୍କ ସମସ୍ୟା ଉପରେ ଦାବୀପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା, ଅଧିସ୍ବୀକୃତ କମିଟି ପୁନଃ ଗଠନ, ସାମ୍ବାଦିକ ପରିବାରଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ମିଡ଼ିଆ ଏକାଡେମୀ ଗଠନ, ୧୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକଙ୍କୁ ଲୋକସଭା ଭବନକୁ ପ୍ରବେଶ ପତ୍ର ପ୍ରଦାନ ପରି ସାମ୍ବାଦିକଙ୍କ ହିତ ସକାଶେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି। ଏହି କାର୍ଯ୍ଯକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ଭଏସ ଅଫ ମିଡ଼ିଆ ସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ଭାସ୍କର ଦାଶ, ଉପସଭାପତି ରଞ୍ଜନ କୁମାର ହୋତା, କୃପାସିନ୍ଧୁ ସୁନା, ଉପଦେଷ୍ଟା କମିଟି ସଦସ୍ୟ ସରୋଜ ପଧାନ , ସହଦେବ ମେହେରଙ୍କ ସହ ଅଶ୍ଵିନୀ ନେପାକ, ଉମାକାନ୍ତ ବାଘ, ରାମହରି ସେଠୀ, ଦେବାନନ୍ଦ ମେଣ୍ଡେଲି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.