ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡିର ସାଙ୍ଗଠନିକ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡିର ସାଙ୍ଗଠନିକ ଆଲୋଚନା ଚକ୍ର ଆମ୍ବେଦକର ଭବନ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ତାପରେ ଧର୍ମଗଡ଼ ବ୍ଳକ ବେହେରା ପଞ୍ଚାୟତ ଦଳଶରଗି ଗାଁ ପୀଡିତା ମାନଙ୍କୁ ନ୍ୟାୟ ଦେବା ନିମନ୍ତେ ଆଲୋଚନା କରାଗଲା। ଆସନ୍ତା ମଙ୍ଗଳବାର ଦିନରୁ କଳାହାଣ୍ଡି ଏସପି ଅଫିସ ସମ୍ମୁଖରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରାଯିବା ପର୍ଯ୍ଯନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଧାରଣ ଦେବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ରାଜ୍ଯ ପାଇଁ ଷ୍ଟେଟ ଆର୍ଡିନେଟର ଧନଞ୍ଜୟ ଦୀପ୍, ମହାସଚିବ ଶତ୍ରୁଘ୍ନ ନାଏକ, କୋଷାଧ୍ଯକ୍ଷ ବିଜୟ ରାଜ ଶିଖାଙ୍କୁ ମନୋନୀତ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ସଭାପତି ଭାବରେ ବୃନ୍ଦାବନ ନାଗ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରାଙ୍କୁ ମନୋନୀତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ତିନୋଟି ଏନ୍ ଏ ସି ଗୋଟିଏ ମୁନିସିପାଲିଟିର ତିନି ଶହରୁ ଉର୍ଦ୍ଧ୍ବ ସଦସ୍ଯ ସଦସ୍ୟାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଥିଲେ ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍, କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ, ଭବାନୀପାଟଣା ବ୍ଳକ ସଭାପତି ନିରାକାର ବାଗ କେସିଙ୍ଗା ବ୍ଳକ ସଭାପତି ବଳରାମ ଦୁର୍ଗା, ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି, ଭବାନୀପାଟଣା ଟାଉନ ସଭାପତି ସଞ୍ଜୟ ସୁନାନି, ଜୁନାଗଡ ବ୍ଳକ କାର୍ଯ୍ୟକାରୀ ସଭାପତି ରାଜରାମ ଡଙ୍ଗରି, ଜିଲ୍ଲା ସମ୍ପାଦକ ଇନ୍ଦ୍ରମଣି ବାଗ, ଭିକାରୀ ଚରଣ ସେନା, ବିରଞ୍ଚି ନାରାୟଣ ମହାନନ୍ଦ, ଦିଲଦେଓ ଗରଡା ନର୍ଲା ଉପସଭାପତି ଶୈଳ କୁମାର, ଭଗବାନ ନାଏକ, ଅନେଶା ନାଏକ ଡମ୍ବୁରୁଧର କରୁଆ, ବିକ୍ରମ ହରପାଲ, ଅଶେଷର ଦୁର୍ଗା ପ୍ରମୁଖ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.