କାଶିପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର,ଜିଲ୍ଲାପରିଷଦ ନିର୍ବାହି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି.ସୋରଜିନୀ ଦେବି, କାଶିପୁର ବ୍ଲକ ସମିତି ଅଧକ୍ଷ କଣ୍ଠମାଝି ଉପସ୍ଥିତ ରହି ଶୁଣାଣି କରିଥିଲେ | ଏହି ଅଭିଯୋଗ ଶୁଣାଣିରେ ମୋଟ ୧୪୦ ଟି ଅଭିଯୋଗ ମଧ୍ୟରୁ ୧୧୭ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୩ଗୋଟି ଗ୍ରାମବାସୀ ମାନଙ୍କ ସାମୁହିକ ଅଭିଯୋଗ ରହିଥିଲା | ବ୍ୟକ୍ତିଗତ ଅଭିଯୋଗରୁ ୨ଜଣଙ୍କୁ ରେଡ୍ କ୍ରସ ପାଣ୍ଠିରୁ ୩୫ ହଜାର ଟଙ୍କା ପ୍ରଦାନ କରି ଆସିଥିବା ଅଭିଯୋଗ ଗୁଡ଼ିକ ତୁରନ୍ତ ସମାଧାନ ନିମନ୍ତେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ | ଏହା ପରେ ଜିଲ୍ଲାପାଳ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରକାର ଉନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.