ଯାଦବ ସମାଜ ପକ୍ଷରୁ ପ୍ରହଲ୍ଲାଦ ଗୌଡଙ୍କ ଶୋକସଭା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପିଡବ୍ଲୁଡି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତଥା ଯାଦବ ସମାଜର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ପ୍ରହଲ୍ଲାଦ ଗୌଡଙ୍କ ଏକଦଶାହ ଅବସରରେ ତାଙ୍କ ନର୍ଲା ସ୍ଥିତ ବାସଭବନରେ ଯାଦବ ମହାସଭା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଉପଦେଷ୍ଟା ତ୍ରିଲୋଚନ ନାଏକ, ଦିଲ୍ଲିପ ଗହୀର, ସୁବାଶ ଚନ୍ଦ୍ର ନାଏକ, ମୋହନ ବାଗ, ଦେବରାଜ ବଗର୍ତ୍ତୀ, ହୃଷିକେଶ ଭୋଇ, ମାଧବ ନାଗ, ହେତୁ କୃଷ୍ଣ ଭୋଇ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଗୌଡଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶୋକସଭାରେ ପ୍ରହଲ୍ଲାଦ ଗୌଡଙ୍କ ଦୁଇପୁଅ ରଞ୍ଜନ ଓ ପୂର୍ଣ୍ଣ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଓ  ଛତିଶ ପାଟକର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.