ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦାସିଗାଁ ଠାରେ ୧୨୧ତମ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ତରଫରୁ ୧୨୧ତମ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ ହେଇଯାଇଛି। ଦାସିଗାଁ ସରପଞ୍ଚ ପ୍ରମୋଦିନୀ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୂଖ୍ଯ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ସୌମେନ୍ଦ୍ର ମୁଣ୍ଡ, ସମାଜସେବୀ ଉଦ୍ଧବ ଚରଣ ସାହୁ, ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ନାରାୟଣ ପାଢ଼ୀ, ଶିକ୍ଷାବିତ ଲିଙ୍ଗରାଜ ମିଶ୍ର, ବସନ୍ତ ନାଏକ, ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୂଖ ଯୋଗଦାନ କରି ସଂଗଠନ ର ଏଭଳି ଆୟୋଜନ ଶିକ୍ଷଣୀୟ, ସଚେତନ ଧର୍ମୀ, ସଂସ୍କାର ମୂଳକ ହେବା ସହ ସ୍ବାଗତ ଯୋଗ୍ୟ ବୋଲି ନିଜ ମତ ଉପସ୍ଥାପନ କରିଥିଲେ। ପ୍ରଧାନ ଶିକ୍ଷକ ପୁର୍ଣ୍ଣ ଚନ୍ଦ୍ର ବଡତ୍ୟା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ମଦନ ମୋହନ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ବିଜ୍ଞାନ, ଗଣିତ, ଇତିହାସ ଓ ନଗର ବିଜ୍ଞାନ, ଦିବସ ଓ ବିଶିଷ୍ଟ ଘଟଣାବଳୀ, ମହାପୁରୁଷଙ୍କ ଜୀବନୀ ଓ ସ୍ବାଧୀନତା ସଂଗ୍ରାମ ସମ୍ବନ୍ଧୀୟ ଆୟୋଜନ କରାଯାଇ କ୍ରୁତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଗଲା। ଏହି ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଆଦିତ୍ୟ କୁମାର ପଣ୍ଡା ଓ ଗଣକ ଭାବେ ପବିତ୍ର ସରବାଂଗ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ଅବିଭାବକ, ବୁଦ୍ଧିଜୀବୀ, ଶିକ୍ଷା ପ୍ରେମୀ, ଛାତ୍ରଛାତ୍ରୀ, ଶିକ୍ଷକ, ସ୍ବେଚ୍ଛାସେବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ପ୍ରଜେନ୍ଦ୍ର କୁମାର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.