ସୁବର୍ଣ୍ଣପୁରରେ ଜାତୀୟ ପତାକା ଉତ୍ତୋଳନ କରିବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା କାଲି ଅଗଷ୍ଟ ୧୫ ଦିନ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ସୁବର୍ଣ୍ଣପୁର ଠାରେ ମହା ସମାରୋହରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ସରିଥିବା ବେଳେ ଏହି ଅବସରରେ ଯୋଗଦେବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଉପଲକ୍ଷେ ସକାଳ ଘ.୯.୧୫ ମି. ସମୟରେ ସୁବର୍ଣ୍ଣପୁର ରାମେଶ୍ୱର ମନ୍ଦିର ସନ୍ନିକଟ ଷ୍ଟାଡିୟମ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ, ଓଡିଶା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିବେ ଏବଂ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବା ପରେ ପ୍ୟାରେଡ୍ ରେ ବିଜୟୀ ଦଳ ଏବଂ ସାଂସ୍କୃତିକ ଦଳ ତଥା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତି ବିଶେଷ, ଅନୁଷ୍ଠାନକୁ ପୁରସ୍କୃତ କରିବେ । ପରେ ଷ୍ଟାଡିୟମ ରୁ ବାହାରି ସୁବର୍ଣ୍ଣମେରୁ ନିକଟସ୍ତ କୁଷ୍ଠାଶ୍ରମଠାରେ ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ଓ ବସ୍ତ୍ର ବଣ୍ଟନ, ସୋନପୁର ଶିଶୁଗୃହ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲାର ସଦର ମୁଖ୍ୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ, ଜିଲ୍ଲା କାରାଗାର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଞ୍ଜ ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତାରେ ବୃକ୍ଷରୋପଣ, ଭିନ୍ନକ୍ଷମ ବିଦ୍ୟାଳୟ, ପାଣିସିଆଲି ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.