ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ସାକ୍ଷରତା ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଅଛି। ଏହି ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଏକ ସପ୍ତାହ ଧରି ବିଭିନ୍ନ କ୍ଳଷ୍ଟର ଗୁଡିକରେ ସଫଳତା ର ସହ ସମାପନ ହୋଇଥିବା ବେଳେ ଏହି ଅବସରରେ ନବସାକ୍ଷର ଓ ଅଣ ସାକ୍ଷର ମାନଙ୍କୁ ସଚେତନ କରିବାକୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଜୟପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳନ କରାଯାଇଥିବା ବେଳେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସର ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଳକ ନବସାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏନ୍ ଆଇ ଏଲ୍ ପି ଉଲ୍ଲାସ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବହନ କରୁଥିବା ବିଭିନ୍ନ ପ୍ଳେ କାର୍ଡ ଏବଂ ବ୍ୟାନର ମାଧ୍ୟମରେ ଜନସାଧାରଣଙ୍କୁ ଶିକ୍ଷା ସଚେତନତା ର ବାର୍ତ୍ତା ପ୍ରେରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ର ସଂଯୋଜକ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଅଭିଭାବକ ଏବଂ ସ୍ଥାନୀୟ ସମାଜସେବୀ ସମସ୍ତେ ସହଯୋଗ କରିଥିଲେ ଜୟପାଟଣା ବ୍ଲକ ଅନ୍ତର୍ଗତ ସମସ୍ତ ବାର ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଙ୍କ ପୂର୍ଣ ସହଯୋଗ ତଥା ସହଭାଗିତା ରେ କାର୍ଯ୍ୟକ୍ରମ ଟି ସଫଳ ହେଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.