ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ କନର୍ଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡାଙ୍କୁ କଳାହାଣ୍ଡି ଜିଲ୍ଲା ସି.ଟି ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ସଂଘ ଫେଡେରେସନର ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଯୋଗଦେଇ ଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବ୍ଲକସାଧନ ସଂଯୋଜକ ସୁଢ଼ଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ,ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ମାଝୀ, ଲାଞ୍ଜିଗଡ଼ ବ୍ଲକ ସି.ଟି ସଂଘ ସଭାପତି ଅନିଲ ତ୍ରୀପାଠୀ, ଶିକ୍ଷକ ନେତା ଦାମୋଦର ସା, ଶିବ ଦାସ, ଶିକ୍ଷାବିତ ଝସ କେତନ ପ୍ରଧାନ, ସମାଜସେବୀ ହରିଶଙ୍କର ପାତ୍ର, କଳାହାଣ୍ଡି ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ସଂଯୋଜକ ପ୍ରଶାନ୍ତ୍ର ନନ୍ଦ, ତପନ ମୁଣ୍ଡ , ସିଆରସିସି ମନୋଜ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ଦକ୍ଷ ଶିକ୍ଷା ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଗାଁ ପରିକ୍ରମା କରାଇବା ସହିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମକୁ ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଶ୍ରୀ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





