ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ‘ମା ପାଇଁ ଗଛ ଟିଏ’ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷଙ୍କ ବାପା ତୁଳସୀ ରାମ ସା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଏକ ଉତ୍ସାହ ପରିବେଶରେ ୫୦ଟି ଚାରାରୋପଣ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷ ପିଲାମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ଆଲୋକପାତ କରିଥିଲେ।