ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ ରାଜ୍ୟବ୍ୟାପୀ ସେପ୍ଟେମ୍ବର ୧୭ ରୁ ସେବା ସପ୍ତାହ ପାଳିତ ହେଉଛି। ଏଥିରେ ରାଜ୍ୟର ସମସ୍ତ ବ୍ଲକରେ ଚାଲିଛି ରକ୍ତଦାନ ଶିବିର। ଏହି କ୍ରମରେ ନର୍ଲା ଡାକ୍ତରଖାନାରେ ମଧ୍ୟ ନର୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର। ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ ଫିତା କାଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ନର୍ଲା ନିର୍ବାଚନ ମଣ୍ଡଳୀ ସଂଯୋଜକ ମନ୍ମୟ ଚାନ୍ଦ, ସରୋଜ ବୁଦ୍ଧିଆ, ପ୍ରତାପ ବାଗ, ଆଶୁତୋଷ ପାଢୀ, ରୁପେଶ ଜୈନ, ଦଶରଥ ସାହୁ, ଅଜିତ ନାଏକ, ଗୁଣ ସାହୁଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଦଳୀୟ କର୍ମୀଙ୍କ ସମେତ ଜନ ସଧାରଣ ଓ ମହିଳା ମାନେ ମଧ୍ୟ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା। ଟେକ୍ନିସିଆନ ଅଜିତ କୁମାର ନାଏକ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମାହାଖୁଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି।





