ଟିଟିଲାଗଡର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ପାଳନ

ଟିଟିଲାଗଡ,୧୫/୮ : ଦୀର୍ଘ ଦ୍ବିଶତାଧିକ ବର୍ଷ ବ୍ୟାପି ବ୍ରିଟିଶ ଶାସନର ଚକ୍ରତଳେ ନିପିଡିତ ଭାରତବାସୀ ଯେଉଁଦିନ ସ୍ବାଧୀନତା ର ଆଦ୍ୟବାୟୁ ନାସା ପୁଟରେ ଆଘ୍ରାଣ କଲେ ସେହି ଦିନଟି ହେଉଛି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେହି ଦିବସଟି ଭାରତବର୍ଷ ଇତିହାସ ରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ୧୯୪୨ ମସିହା ଅଗଷ୍ଟ ମାସରେ ମହାତ୍ମା ଗାନ୍ଧୀ ‘ଇଂରେଜ ସରକାର ଭାରତ ଛାଡ’ ବୋଲି ଡାକ ଦେଇ “ଭାରତ ଛାଡ ଆନ୍ଦୋଳନ ” ନାମକ ଯେଉଁ ଗୌରବମୟ ବୈପ୍ଲବର ଆୟମାରମ୍ଭ କରିଥିଲେ,ସେହି ଗୌରବମୟ ବୈପ୍ଲବ ଗୌରବମୟ ବିଜୟରେ ବିଭୂଷିତ ହେଲା-୧୯୪୭ ମସିହା ଅଗଷ୍ଟ ମାସ ପଞ୍ଚଦଶ ଦିବସ ରାତ୍ର ୧୨ ଘଟିକା ସମୟରେ ।ସେହିଦିନଠାରୁ ଅଦ୍ୟାବଧି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧୫ ତାରିଖକୁ ଭାରତର ସ୍ବାଧୀନତା ଦିବସ ରୁପେ ଭାରତର ଅଗଣିତ ଜନତା ଭକ୍ତି ଓ ସମ୍ମାନର ର ସହିତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ପଲ୍ଲୀ, ନଗର, ସମିତି ଗୃହ, ପାଠାଗାର ତଥା ସରକାରୀ କାର୍ଯ୍ୟାଳୟ ମାନଙ୍କରେ ପରି ପାଳନ କରି ଆସୁଛନ୍ତି । ପୂର୍ବପରି ଆଜି ମଧ୍ୟ ଟିଟିଲାଗଡ ର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ଭକ୍ତି,ସମ୍ମାନ ଓ ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବିନ୍ଦ୍ୟବାସିନି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାଲେଗାଁ ଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ କ୍ରୀଷ୍ଣା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ମୁଖ୍ୟ ଶ୍ରୀମତୀ ନିଲେନ୍ଦୀ ଝିଙ୍କର,ଦିଗଦର୍ଶକ ଶ୍ରୀଯୁକ୍ତ ବେଣୁଧର ଝାଙ୍କର,ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ କାହ୍ନୁଚରଣ ବିଶି ପ୍ରମୁଖ ଯୋଗଦେଇ ଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବସାଗର ବାଗ ସ୍ବାଗତ ଭାଷଣ ଦେଇଥିବା ବେଳେ ସହ ଶିକ୍ଷକ ନକୁଳ ଯାନୀ,ନରେଶ ବିଶି,ଶୋଭାକର ଚନ୍ଦନ,ମଳୟ ବାଗ ,ଗିରିଜାଶଙ୍କର ବିଶି,ଦକ୍ଷରାଜ ବାଗ , ଶସ୍ମିତା ବାରିକ ତଥା ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery


ଲୁଥୁରବନ୍ଦ ଗ୍ରାମ ପଞ୍ଚାୟତ ପକ୍ଷରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ମହା ସମାରୋହରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୈଡି ହିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ଶ୍ରୀଯୁକ୍ତ ଫକୀର ମୋହନ ସାଣ୍ଢ,ସମିତି ସଭ୍ୟ ଶ୍ରୀମତୀ ମାଧୁରୀ ହରପାଲ ପ୍ରମୁଖ ଯୋଗଦେଇ ଥିଲେ । ସ୍ଥାନୀୟ ହାଇସ୍କୁଲ ଓ ସମଲେଶ୍ବରୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀମାନେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ନାରା ଦେଇ ନଗର ପରିକ୍ରମା କରିଥିଲେ ।

ପରାସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଆନନ୍ଦ ଉଲ୍ଲାସ ର ସହିତ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲୟ ଜାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଶ୍ରୀମତୀ ନମିତା ବଗର୍ତ୍ତୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାନନ ସାମଲ,ଗ୍ରାମ ରୋଜଗାର ସେବକ ଶକ୍ତେଶ୍ବର ମୁଗ୍ରୀ, ପରାସର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପିନାଥ ମିଶ୍ର ତଥା ଜିଓଟେଜ୍ କୁଞ୍ଜ ଆଡଜୁଆଡ୍ ପ୍ରମୁଖ ଯୋଗଦେଇ ଥିବା ବେଳେ ପଞ୍ଚାୟତ ର ଜନସାଧାରଣ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ସେହିପରି ବାଞ୍ଜିପଦର ରାଜୀବ ଗାନ୍ଧୀ ସେବା କେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ୭୩ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନବ କିଶୋର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ଚୌଧୁରୀ ,ଗ୍ରାମ ରୋଜଗାର ସେବକ ଶ୍ରୀଯୁକ୍ତ ରଜନୀକାନ୍ତ ପଟ୍ଟନାୟକ,ଯୋଗାଣ ସହାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ମାଝୀ,ଜିଓଟେଜ୍ ଭବାନୀ ମାଝୀ, ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

କତରକେଲା ଠାରେ ମଧ୍ୟ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମମତା ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୃତିବାସ ମାଝୀ,ନାଏବ ସରପଞ୍ଚ ସୁବାସ ସାହୁ ,ଜିଓଟେଜ୍ ଖୁସିରାମ ବଗର୍ତ୍ତୀ ତଥା ପଞ୍ଚାୟତ ର ୱାଡ୍ ମେମ୍ବର ମାନେ ଉପସ୍ଥିତ ଥିଲେ ।

୭୩ତମ ସ୍ୱାଧୀନତା ଦିବସ ଅବସରରେ ଆଦର୍ଶ ଯୁବକ ସଙ୍ଘ ନାରେନ ଆନୁକୂଲ୍ୟରେ ମଧ୍ୟ ପ୍ରଭାତଫେରି ସହ ସ୍ବାଧୀନତା ଦିବସ ପାଳନ କରାଯାଉଛି ।ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ର ସଭାପତି-ତପବନ୍ତ ପୁଟେଲ,ସମ୍ପାଦକ ଶ୍ରୀ ଶଶିଭୂଷଣ ହୋତା,ଉପ-ସଭାପତି ଳେବନନ୍ଦ ପୁଟେଲ, ଉପ-ସମ୍ପାଦକ-ଵୈବସୁତ ପୁଟେଲ ଓ ହିମାନ ଚନ୍ଦ୍ର ପୁଟେଲ,ଟୁଲୁ ପୁଟେଲ,ଗିରିଧାରୀ ସ୍ୱାଇଁ,ବିନୟ ହୋତା,ତିଳକ ପୁଟେଲ,ନିତ୍ୟାନନ୍ଦ ପୁଟେଲ,ବାଞ୍ଛା ସରାଫ,ଅମିତ ବୈଠାରୁ, ରାହୁଲ ସରାଫ,ନୃପରାଜ ନାୟକ,ମୁକେଶ ନାୟକ,ଦେୱାନ ନାୟକ,ବିପିନ ଦଣ୍ଡସେନା,ରୋହିତ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ ।

ଟିଟିଲାଗଡ ରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ Odiabarta. In
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.