ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେ ଆଜି ଅନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସ୍କା ଏମପି ଅନୀତା ଶୁଭ ଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଓ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ ବ୍ଳକ ଅଧକ୍ଷା ଏବଂ ବିଡ଼ିଓ ମଞ୍ଚାସିନ ଥିଲା ବେଳେ ସାମ୍ନାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ମଞ୍ଚାସିନ ରହି ପ୍ରଥମେ ଠାକୁରଙ୍କ ପାଖେ ପ୍ରଦୀପ ପ୍ରଜ୍ବଳନ କରି ଏହି ଅନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳନ କରିଥିଲେ | ଉପସ୍ଥିତ ବରିଷ୍ଟ ନାଗରିକ ଙ୍କ ନିମନ୍ତେ କିଛି ସୂଚନା ପ୍ରଦାନ କରିବା ସହ ସେମାନଙ୍କ ଜୀବନ କିପରି ଦୁର୍ବିସହ ହୋଇ ପଡୁଛି, ଏବଂ ସେମାନଙ୍କ ପିଲାମାନେ ସେମାନଙ୍କୁକିପରି ଶେଷ ସମୟ ରେ ବୃଦ୍ଧା ଶ୍ରମ ରେ ରଖୁଛନ୍ତି, ସେମାନଙ୍କୁ ବହୁତ ନିର୍ଯ୍ୟାତନା ଦେଉଛନ୍ତି ତାର ନିରାକରଣ ଉପରେ ପିଲାମାନଙ୍କୁ ଉପଦେଶ ର ବାର୍ତ୍ତା ଅତିଥି ମାନେ ଦେଇଥିଲେ | ଜାତିସଂଘ ଦ୍ବାରା 1991ମସିହା ଠାରୁ ଏହି ଦିନକୁ ଆନୁର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରୂପେ ପାଳନ କରାଯାଉଛି | ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରିବାର ରେ ରହିଥିବା ବୟୋଜ୍ୟେଷ୍ଟ ବୃଦ୍ଧ, ବୃଦ୍ଧା ମାନଙ୍କୁ ସଂସ୍କାର ଶିଷ୍ଟାଚାର ରେସମ୍ମାନ ଦେଇ ଏବଂ ତାଙ୍କର ଉତ୍ତମ ସେବା, ଯତ୍ନ କରି ତାଙ୍କ ମୁହଁରେ ହସ ଫୁଟେଇବା | ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଏହି ସରକାର ସର୍ବଦା ତତ୍ପର ଅଛନ୍ତି, ଯାହାକି ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଦିବଂଗତ ମାଆଙ୍କ ସେବା ଆଜି ପର୍ଯ୍ୟନ୍ତ କରି ଆସୁଥିଲେ | ତେଣୁ ଆମେ ସମସ୍ତେ ତାଙ୍କ ସେବା କରିବା ଉଚିତ ଅଟେ ବୋଲିଖଲ୍ଲିକୋଟ ବିଧାୟକ କହିଥିଲେ | ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ତାଙ୍କ ମନ୍ତବ୍ୟ ରେ ପଂଚାୟତରେ ବରିଷ୍ଠ ନାଗରିକ ବ୍ୟକ୍ତିଙ୍କ ସବୁ ପ୍ରକାର ଆସୁବିଧା ର ଦୂରୀକରଣ କରି ସେମାନଙ୍କୁ ସହଯୋଗ କରିବା ପାଈଁ କହିଥିଲେ | ଏହି କାର୍ଯ୍ୟକ୍ରମରେବିଜ୍ଞାପିତ ଅଞ୍ଚଳ ଓ ପଞ୍ଚାୟତ ର ବହୁ ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କ ସଭାପତି ଅରୁଣ କୁମାର ପଣ୍ଡା ଉପସ୍ଥିତ ରହିଥିଲେ | ପରିଶେଷରେ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କରାଯାଇଥ‌ିବା କିଛି ପ୍ରତିଯୋଗିତା ରେ ଶ୍ରେଷ୍ଠ ପ୍ରତିପାଦିତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା କିଛି ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.