ଭବ୍ୟ କଳସ ଯାତ୍ରାରୁ ଆରମ୍ଭ ହେଲା ଦୋରାପଦର ବାତ୍ସଲ୍ୟ ଆଶ୍ରମର ଯଜ୍ଞ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମ ନିକଟସ୍ଥ ବାତ୍ସଲ୍ୟ ଆଶ୍ରମରେ ଆରମ୍ଭ ହୋଇଯାଇଅଛି ଯଜ୍ଞ। ତିନି ଗୋଟି ଯଜ୍ଞ। ଏନେଇ ଶୁକ୍ରବାର ଅପରାହ୍ନ ୪ ଟା ରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇ ମାସ ତଳେ ଚିପୁଲ ନିକଟସ୍ଥ ଦୋରାପଦର ପାହାଡ ପାଦ ଦେଶରେ ସ୍ଥାପିତ ହୋଇଥିବା ଆଦ୍ୟାଶକ୍ତି ପୀଠ ବାତ୍ସଲ୍ୟ ଆଶ୍ରମରେ ତିନିଗୋଟି ଯଜ୍ଞ; ଋଦ୍ର ଯଜ୍ଞ, ନାମ ଯଜ୍ଞ ଓ ଶ୍ରୀମଦ୍ ଭାଗବତ ପାରାୟଣ ଯଜ୍ଞ ଅନୁଷ୍ଠିତ ହେବ। ଦହଲ, ଦୋରାପଦର, ତିଲେଇମାଳ ଓ ଇନ୍ଦ୍ରମାଳ ଜନସାଧାରଣଙ୍କ ପ୍ରଚେଷ୍ଟାରେ ରୁଦ୍ର ଯଜ୍ଞ, ଶ୍ରୀମଦ ଦ୍ଭାଗବତ ପାରାୟଣ ଓ ନାମଯଜ୍ଞ ଭଳି କାର୍ଯ୍ୟକ୍ରମ ୩୧ ଯାଏଁ ସପ୍ତାହ ବ୍ୟାପୀ ଚାଲିବ ବୋଲି ଆଶ୍ରମ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଆଶ୍ରମର ସାଧ୍ୱୀ ସାମ୍ଭବି ଗିରି ଓ ସାଧ୍ୱୀ ସଦାନନ୍ଦା ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମର ଭବ୍ୟ ଭାବରେ ଅନୁଷ୍ଠିତ ହେଉଛି। ରାଜ୍ୟର ବିଭିନ୍ନ ଆଶ୍ରମରୁ ସାଧୁସନ୍ଥ ମାନେ ଆସି ପହଞ୍ଚି ସାରିଛନ୍ତି। ଦହଲ ଗ୍ରାମ ଓ ମାଣ୍ଡେଲ ଗ୍ରାମର ର ଆଧ୍ୟାତ୍ମ୍ୟିକ ବ୍ୟକ୍ତି, ବିଶିଷ୍ଟ ଚାଷୀ ପଦ୍ମଲୋଚନ ନାଏକ, ଶିକ୍ଷାବିତ୍ତ ସାରଥି ନାୟକ, ସର୍ଗିଗୁଡ଼ାର ଯୁବ ନେତୃତ୍ଵ ପ୍ରଦୀପ କୁମାର ନାଏକଙ୍କ ମାର୍ଗଦର୍ଶନରେ ଉପରୋକ୍ତ ଗ୍ରାମ ଗୁଡିକର ଶ୍ରଦ୍ଧାଳୁ ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଆଦ୍ୟାଶକ୍ତି ପୀଠ (ବାତ୍ସଲ୍ୟ ଆଶ୍ରମ) ତରଫରୁ ଆଖପାଖ ୧୫ ରୁ ଉର୍ଦ୍ଧ୍ୱ ଗ୍ରାମର ୨୦୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସାଧ୍ୱୀ ସଦାନନ୍ଦା ଗିରି ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଶନିବାର ୨୫/୧୦ ରୁ ଶୁକ୍ରବାର ୩୧/୧୦ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ। ୨୫/୧୦ ଶନିବାର ସକାଳ ୭ ଘଣ୍ଟାରୁ ଆରମ୍ଭ ହେବ ରୁଦ୍ର ଯଜ୍ଞ। ୭.୩୦ ରୁ ଆରମ୍ଭ ହେବ ଶ୍ରୀ ଭାଗବତ ପାରାୟଣ। ପାରାୟଣ ନିମନ୍ତେ ସୁଦୁର ସୋନପୁର ଜିଲ୍ଲାରୁ ଆସୁଛନ୍ତି ବ୍ୟାସ ଋଷଭ ବେଦବାଗ। ୩୦/୧୦ ଗୁରୁବାର ସକାଳ ୬.୧୫ ସମୟରେ ନାମଯଜ୍ଞ ଆରମ୍ଭ ହେବ। ଶୁକ୍ରବାର ୭.୧୫ ସମୟରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଆଶ୍ରମ ତରଫରୁ ସୂଚନା ମିଳିଛି। ରୁଦ୍ର ଯଜ୍ଞ ନିମନ୍ତେ ଗୋବର୍ଦ୍ଧନ ମାଝୀ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବରେ ଦାୟୀତ୍ୱ ନିର୍ବାହ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.