ଅଶୋକ କୁମାର ସାହୁ ମେମୋରିଆଲ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଖେଳ ପଡ଼ିଆ ଠାରେ ଅଶୋକ କୁମାର ସାହୁଙ୍କ ସୃତି ଅବସରରେ ଦ୍ୱିତୀୟ ଥର ପାଇଁ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି | ଏହି ଟୁର୍ନାମେଣ୍ଟରେ ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ସମେତ ଆନ୍ଧ୍ର ପ୍ରଦେଶର ଖେଳାଳିମାନେ ଭାଗ ନେବାର ଆକଳନ କରାଯାଇଛି | ଏହି ଟୁର୍ନାମେଣ୍ଟକୁ ରାୟଗଡ଼ାର ଶିବପ୍ରସାଦ ସାହୁ ଏଣ୍ଡ ସନ୍ସ କମ୍ପାନୀର ନାମୀ ଦାମୀ ବ୍ୟବସାୟୀ ସିଦ୍ଧାର୍ଥ ସାହୁ ସହଯୋଗ କରୁଥିବା ବେଳେ ରାୟଗଡ଼ା ସଦର ଫୁଟବଲ ଟିମ୍ ର ସଭାପତି ଜଗନ ମୋହନ ଗନ୍ତାୟତ, ଉପସଭାପତି ଅଶୋକ କୁମାର ବାଗ, ସମ୍ପାଦକ କୁରୁକ୍ଷେତ୍ର ସାଗର ଓ କୋଷାଧକ୍ଷ ସୁନୀଲ କୁମାର ବାଛିଲି ଆୟୋଜନ କରିଛନ୍ତି | ଖେଳର ଆୟୋଜନ କାରି ସମ୍ପାଦକଙ୍କ କହିବା ଅନୁଯାଇ ଏହି ଖେଳ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ତଥା ଚାରି ଦିନ ଧରି ଚାଲୁ ରହିବ ଏବଂ ଖେଳରେ ବାଜି ମାରିଥିବା ଦଳକୁ ପୁରସ୍କାର ବାବଦକୁ ନଗଦ ୨୦ହଜାର ଟଙ୍କା ସହିତ କପ୍ ଓ ପରାଜିତ ଦଳକୁ ନଗଦ ୧୦ହଜାର ଟଙ୍କା ସହ କପ୍ ପ୍ରଦାନ କରାଯିବାର | ପ୍ରଥମ ଦିନରେ ରାୟଗଡ଼ା ବିଧାୟକ ଆପୁଲସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ରିବନ କାଟି କ୍ରୀଡ଼ାର ଶୁଭ ଉଦ୍ଘାଟନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.