କଳାହାଣ୍ଡି ଜିଲ୍ଲାସ୍ତରୀୟ ସ୍ଵତନ୍ତ୍ର ଆବାସିକ ତାଲିମ୍ ଶିବିର ଉଦଯାପିତ

ମାଟ୍ରିକରେ ଅଧିକ ଏ-୧ ଗ୍ରେଡ୍ ହାସଲ ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ-୧ ଗ୍ରେଡ ପାଇବାପାଇଁ ପରିକଳ୍ପିତ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ପ୍ରକାଶ – ୨୦୨୫-୨୬’ ଅଧୀନରେ ଜିଲ୍ଲାସ୍ତରୀୟ ସ୍ଵତନ୍ତ୍ର ଆବାସିକ ତାଲିମ୍ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କୃତିତ୍ଵ ହାସଲ କରିବା ପାଇଁ ପ୍ରେରଣା ଯୋଗାଇଥିଲେI ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ରହି ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ମେରୁଦଣ୍ଡକୁ ସୁଦୃଢ କରିବେ ସେ ଦିଗରେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି କହିଥିଲେ, ଅଧିକ ସଂଖ୍ୟକ ଏ-ଗ୍ରେଡ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଜିଲ୍ଲାର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ‘ପ୍ରକାଶ – ୨୦୨୫’ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ , ନର୍ଲା ବରିଷ୍ଠ ବିଇଓ ତପିମଣି ଜାନି, ଭବାନୀପାଟଣା ବିଇଓ ଆଚାରି ଶବର ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ ଶିବିରରେ ଜିଲ୍ଲାର ୧୩ଟି ବ୍ଲକର ୧୨୩ ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୩୫ ଜଣ ଜିଲ୍ଲାସ୍ତରୀୟ ବିଷୟଗତ ସାଧନକର୍ମୀଙ୍କ ଦ୍ଵାରା ଶିକ୍ଷା ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଦିନ ସକାଳେ ଯୋଗ ଶିକ୍ଷା, ବିଷୟଗତ ଶିକ୍ଷା, ବିଜ୍ଞାନ କୁହୁକ, ବିଜ୍ଞାନ କୁଇଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାରିଦିନ ଧରି ଆୟୋଜିତ କାର୍ଯ୍ୟକ୍ରମ ଗତ ୨୨ ତାରିଖରୁ ୨୫ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା। ସେହିପରି ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଭବାନୀପାଟଣା ବିଇଓ ଆଚାରି ଶବର, ଲାଞ୍ଜିଗଡ ବିଇଓ ରୁଷିଆ ମେହେର, ମାଣିକେଶ୍ଵରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବବିତା ପାଣିଗ୍ରାହୀ, ଉପ ବିଭାଗ ଅଧିକାରୀ ଟଙ୍କଧର ସାହୁ ମଞ୍ଚାସୀନ ଥିଲେ। ଏ ଅବସରରେ ସମସ୍ତ ସାଧନକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜିତେନ୍ଦ୍ର କୁମାର ମୁଣ୍ଡ, ଉଚ୍ଚ ମାଧ୍ୟମିକ ଶିକ୍ଷା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ପଞ୍ଚସଖା ଶିକ୍ଷାସେତୁ ଜିଲା ସଂଯୋଜକ ପ୍ରଶାନ୍ତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.