ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଆଜି ବି ଦୁର୍ବାର ସ୍ବପ୍ନ ହୋଇରହିଛି। ବ୍ଲକର ପାହାଡ଼ପଦର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, ବିଜେପୁର, ଲାଞ୍ଜି ଆଦି ଗ୍ରାମପଞ୍ଚାୟତ ଅଞ୍ଚଳର ଶହଶହ ଛାତ୍ରଛାତ୍ରୀ ହାଇସ୍କୁଲ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ୬୦ କିମି ବିଶ୍ୱନାଥପୁର, ୩୦ କିମି ଲାଞ୍ଜିଗଡ଼, ୬୫ କିମି ଦୂର ଅମ୍ବାଦଳା, ୩୦ କିମି ଦୂର କଲ୍ୟାଣ ସିଂହପୁର ସହିତ ୧୨୦ କିମି ଦୂର ଭବାନୀପାଟଣା ଉପରେ ନିର୍ଭର କରିଥାନ୍ତି। ଏପରିକି ଦୀର୍ଘ ଦିନ ହେଲା ବ୍ଲକର ଘାଟି ଅଞ୍ଚଳରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦାବି ପୂରଣ ହୋଇପାରିନି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ବ୍ଲକର ଘାଟି ଅଞ୍ଚଳର ବେନଗାଁ କିମ୍ବା ଲାଖବାହାଲିଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି। ଦାବିପତ୍ର ଗ୍ରହଣ ପରେ ମନ୍ତ୍ରୀ ଏନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.