ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିବ ମନ୍ଦିର ପରିସରରେ ଦୀର୍ଘ ୯ ମାସ ହେବ ରହୁଛନ୍ତି ଜଣେ ଅସହାୟ ମହିଳା | ବୟସ ୪୫ରୁ ୫୦ ମଧ୍ୟରେ ହେବ | ଯିଏ ଦୟା କରି କେହି କିଛି ଦେଲେ ଖାଉଛନ୍ତି | ନଚେତ ଭୋକ ଓପାସରେ ଦିନ କାଟୁଛନ୍ତି | ଠିକଣା ପଚାରିଲେ ଚୁପ ରହୁଛନ୍ତି | କୌଣସି କାରଣରୁ ଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିବା ଅନୁମାନ କରାଯାଉଛି | ଖବର ପାଇ ଟିକ୍ରାପଡ଼ା ସରପଞ୍ଚ ନରେନ୍ଦ୍ର କଲେତ ଶନିବାର କମ୍ବଳଟିଏ କିଣି ମହିଳାଙ୍କୁ ଦେଇଥିଲେ | ଏହା ସହ ପଞ୍ଚାୟତ ତରଫରୁ ୫ କିଲୋ ଚାଉଳ ଯୋଗାଇ ଦିଆଯାଇଥିବା ସରପଞ୍ଚ ଶ୍ରୀ କଲେତ କହିଛନ୍ତି | ଜିଲ୍ଲା ପ୍ରଶାସନ ମହିଳାଙ୍କୁ ଉଦ୍ଧାର ପୂର୍ବକ ଆଶ୍ରୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି |





