ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ‘ଶୀତ ଗୀତ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରକୃତି ସହ ସାହିତ୍ୟର ଆତ୍ମୀୟ ଏକ ସମ୍ପର୍କ ରହିଆସିଛି। ପ୍ରକୃତିର ବନ୍ଦନାରେ ସାହିତ୍ୟ ଉତ୍ସବ ପାଳେ। ପ୍ରକୃତିର ସମର୍ପଣ ଭାବକୁ ସାରସ୍ୱତ ଜଗତ ସମର୍ଥନ କରେ।

ସାହିତ୍ୟିକ ତେଣୁ ଶବ୍ଦ ଦେଇ ପ୍ରକୃତିର ନୈସର୍ଗିକତାକୁ ଜୀବନ୍ତ କରି ଗଢ଼ିତୋଳେ ବୋଲି ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ଧାରାବାହିକ ୨୨୬ ସଂଖ୍ୟା ସାରସ୍ୱତ ପର୍ବ ‘ଶୀତ ଗୀତ’ ପାଳନ ଅବସରରେ ମତ ପ୍ରକାଶ ପାଇଥିଲା।

ଭବାନୀପାଟଣା ସ୍ଥିତ ସ୍ୱାମୀ ଶିବାନନ୍ଦ ବାଳ ବିକାଶ କେନ୍ଦ୍ର ପରିସରରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ସଂସଦ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ପୌରୋହିତ୍ୟ କରିଥିବାବେଳେ ବରିଷ୍ଠ ସାହିତ୍ୟିକ ସକିତ ରତେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ପ୍ରାରମ୍ଭରେ ‘ସାହିତ୍ୟ ଓ ଜୀବନର ଯୁଗଳ ବନ୍ଦୀ ‘ଶୀର୍ଷକରେ ଆଲୋଚନା କରାଯାଇଥିଲା। ଶିଳ୍ପୀ ନିକିତା ସାହୁ ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ସର୍ବଶ୍ରୀ ସଂଘମିତ୍ରା କାନୁନଗୋ, ଆନନ୍ଦିନୀ ପାତ୍ର, ସାଗର ବୈଠାରୁ, ସବିତା ଶତପଥୀ, ଦୀପ୍ତି ମୁଣ୍ଡ, କିଶୋର ମହାନନ୍ଦ, ସଂହିତା ରଥ, କାଜଲ ମହାରଣା, ପ୍ରତାପ ପଣ୍ଡା, ଯୁଧିଷ୍ଠିର ମୁଦୁଲି, ଆଶୁଧନ ପୁରୋହିତ, ରଚିତା ମେହେର, କେତନ ରଣା, ବିନା ମୁଣ୍ଡ, ଅନୀଲ ବିଶି, ଦୀପ୍ତିମୟୀ ସିଂହ, ଶିବଶକ୍ତି ପୁରୋହିତ, ନିକିତା ସାହୁ, ଦେବାଂଶୀ ନାଗ, ରୁଦ୍ରାଂଶ ମିଶ୍ର ପ୍ରମୁଖ ଶୀତକୁ ନେଇ କବିତାବୃତ୍ତି ଓ ଗପପାଠ କରିଥିଲେ।

ଅନୀଲ ପଟ୍ଟନାୟକ ଓ ସୁଜାତା ପଟ୍ଟନାୟକ ସହଯୋଗ କରିଥିବାବେଳେ ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା ଆସର ପରିଚାଳନା ଓ କବିତା ସଂଯୋଜନା କରିଥିଲେ। ଯୁବକବି ଆଶୁଧନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.