ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନୂତନ ଭାବେ ଗଠିତ ମିଡିଆ କ୍ଲବ ଜୁନାଗଡ଼ ପକ୍ଷରୁ ମଙ୍ଗଳବାର ଦିନ ସ୍ତାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ଼ ଭଗବାନ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜୁନାଗଡ ରେଞ୍ଜର ସୀମାଞ୍ଚଳ ମିଶ୍ର, ଫରେଷ୍ଟର କାହ୍ନୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏଥିରେ ମିଡିଆ କ୍ଲବର ଉପଦେଷ୍ଟା ଉତ୍ତମ୍ ଦାଶ ଓ ମୁକେଶ୍ ଅଗ୍ରୱାଲ ଯୋଗଦେଇଥିଲେ। ମିଡିଆ କ୍ଲବ ସଭାପତି ଆଦିତ୍ୟ ମହାନ୍ତି, କାର୍ଯ୍ୟକାରି ସଭାପତି ଦୁର୍ଯ୍ୟଧନ ମାଝୀ, ସାଧରଣ ସମ୍ପାଦକ ବିଜୟ ଭୂଷଣ ଦଣ୍ଡସେନା, ସହ ସମ୍ପାଦକ ବାଲେଶ୍ଵର ସୁନାନୀ, କୋଷାଧ୍ୟକ୍ଷ ସ୍ବାସ୍ତିଦୀପ ଆଦିତ୍ୟଙ୍କ ସମେତ ଗୟା ରାମ ପୁଝାରୀ, କାଳିଆ କନ୍ଦପାନ, ମିକୁ ପାଢି, ଶଶି ରାଜ ଅଗ୍ରୱାଲ୍, ଲାବଣ୍ୟ ନାଇକ, ଭବାନୀ ଗହିର, ଜୀତେନ୍ଦ୍ର ମେହେର୍, ସାହେବ ଛତ୍ରିଆ, ପ୍ରଦୀପ ଡଙ୍ଗରି, ବିକ୍ରାନ୍ତ୍ ପଟ୍ଟନାୟକ, ଲକ୍ଷ୍ମଣ ବାଣୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




