ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ସୁନାଖଣ୍ଡି ପଞ୍ଚାୟତ ଲକ୍ଷ୍ମୀପୁର ଠାରୁ ମାଣ୍ଡିପଦର ଗ୍ରାମ ଆଡକୁ ତିନିଜଣ ବାଇକ୍ ଆରହି ଓଡ଼ି ୧୮ କ୍ଯୁ ୧୪୧୦ ବାଇକ୍ ଯୋଗେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଓଡ଼ି ୧୮ ବି ୨୩୦୯ ଅଟୋ ଶକ୍ତ ଧୋକା ଦେବା ଫଳରେ ଲକ୍ଷ୍ମୀପୁର ଗ୍ରାମର ତିନିଜଣ ବାଇକ୍ ଆରୋହି ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଆହାତ ହୋଇଥିଲେ | ଆହାତଙ୍କ ମଧ୍ୟରେ ଲକ୍ଷ୍ମୀପୁର ଗ୍ରାମ କୁମ୍ଭାର ସାହିର ସାଧୁ କାଶିଙ୍କ ପୁଅ ଜଗନ୍ନାଥ କାଶି, ଆଦିବାସୀ ସାହିର ଜାଗଲି ପ୍ରାସ୍କାଙ୍କ ପୁଅ ଦେବରାଜ ପ୍ରାସ୍କା, ଶ୍ରୀମାଜି ମିଣିଆକାଙ୍କ ପୁଅ ଅନନ୍ତ ମିନିଆକାଙ୍କୁ ଦୁର୍ଘଟଣା ଘଟାଇଥିବା ଅଟୋ ଯୋଗେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ସେଠାରେ ଡାକ୍ତର ଦେଖି ଜଗନ୍ନାଥ କାଶିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଖବର ପାଇ ଥାନା ଅଧିକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୋଲିସ ପଠାଇ ଦୁର୍ଘଟଣା ସ୍ଥାନକୁ ଯାଇ ଅଧିକ ତଦନ୍ତ କରୁଛନ୍ତି | ବର୍ତ୍ତମାନ ମୃତ୍ୟୁ ଶରୀର ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବେଳେ ମୃତକଙ୍କ ବାପା ଥାନାରେ ଏତଲା ଦେଇଛନ୍ତି | ଥାନା ଅଧିକାରୀ ନୀଳକଣ୍ଠ ବେହେରା ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି |




