ଟିଟିଲାଗଡ଼ ଡିଭିଜନ ସ୍ତରୀୟ କେନ୍ଦୁପତ୍ର କର୍ମଚାରୀ ସମାବେଶ: ୧୨ ମାସ କାର୍ଯ୍ୟ ଦାବି

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଲକି ନିକଟସ୍ଥ ଚଲକି ଛକ ସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ଟିଟିଲାଗଡ଼ ଡିଭିଜନ ସ୍ତରୀୟ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ଟିକ୍ରାପଡ଼ା, ବନ୍ଧପଡ଼ା, ଦେଓଗାଁ, ସଇଁନ୍ତଳା, ତୁଷୁରା, ବେଲଗାଁ ଓ ବଙ୍ଗୋମୁଣ୍ଡା ରେଞ୍ଜରେ କାର୍ଯ୍ୟରତ ୨୦୦ରୁ ଉର୍ଦ୍ଧ୍ୱ ଫଡି ସାଥି, ମୁନ୍ସୀ, ସିଜନାଲ ଚେକର, ବନ୍ଧେଇ ଚେକର, ସର୍କଲ ଚେକର କର୍ମଚାରୀ ସାମିଲ ହୋଇଥିଲେ | ଧୁଵଲେଶ୍ଵର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ କର୍ମଚାରୀଙ୍କୁ ସିଜନାଲ ବଦଳରେ ୧୨ ମାସ କାର୍ଯ୍ୟ ପ୍ରଦାନ କରାଯିବା ନେଇ ଦାବି କରାଯାଇଥିଲା | ଏହି ଅବସରରେ ଡିଭିଜନ ସ୍ତରୀୟ କର୍ମଚାରୀ ସଙ୍ଘ ଗଠନ କରାଯାଇଥିଲା | ଏଥିରେ ପ୍ରଶାନ୍ତ ମେହେର ସଭାପତି, ସମୀର ପଟ୍ଟନାୟକ ସମ୍ପାଦକ, ସନ୍ୟାସୀ ବାଗ, କୀର୍ତ୍ତନ ଷାଣ୍ଢ, ସନ୍ତୋଷ ବାରିକ, ମହାବୀର ପଧାନ, ଶରତ ପୁଟେଲ, ସନ୍ତୋଷ ଦାସ, ବସନ୍ତ ବଗର୍ତ୍ତୀ, ଆଶିଷ ଭୋଇ, ଚୈତନ୍ୟ ଝାଙ୍କର, ପରମେଶ୍ୱର ବକୁଲ, ଉଗ୍ରସେନ ମାଝୀ, ଦୁଷ୍ମନ୍ତ ଭୋଇ ସଦସ୍ୟ ମନୋନୀତ ହୋଇଥିଲେ | ଶେଷରେ ଛବିଳ ମୋହନ ସିଂ ଚିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.