ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଳବେଲଗାଁ ର ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ତିନି ଦିନ ଧରି ମହାସମାରୋହ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ତଲବେଲଗାଁ ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ଅଙ୍କିତା ବେହେରା ଯୋଗଦେଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ବାବୁରାମ ସାଗର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ତଲବେଲଗାଁ ର ଇଷ୍ଟ ଦେବତା ବୁଢାରଜା ମନ୍ଦିର ରୁ ଶତାଧିକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟତ୍ରୀ ବିଶାଳ ମଶାଲ ଯାତ୍ରାରେ ଯୋଗ ଦେଇଥିଲେ l ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ବେହେରାଙ୍କ ଦ୍ୱାରା କ୍ରୀଡା ଉତ୍ସବ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା l ପରେ ପରେ ବିଦ୍ୟାଳୟର ଖେଳଶିକ୍ଷକ ଶ୍ରୀଯୁକ୍ତ ଲଳିତ ବାଗ ଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହଯୋଗରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ଓ ଏଥିରେ ଶତାଧିକ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଉଦଯାପନୀ ଉତ୍ସବରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭବାନୀପାଟନା ସ୍ଥିତ ପ୍ରତିଭା ଅନୁଷ୍ଠାନ ର ସଭାପତି ତଥା ଉସ୍ତାଦ ବିସ୍ମିଲ୍ହା ଖାନ ଯୁବ ପ୍ରତିଭା ପ୍ରାପ୍ତ ଶ୍ରୀଯୁକ୍ତ ଧ୍ୟାନନନ୍ଦ ପଣ୍ଡା, ସମ୍ମାନିତ ଅତିଥି କଳାହାଣ୍ଡି ଆର୍ଟ କଲେଜ ର ଅଧ୍ୟକ୍ଷ ତଥା ପ୍ରତିଭା ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଚିଣ୍ଟୁ ପ୍ରସାଦ ନାଏକ, ମୁଖ୍ୟ ବକ୍ତା ଭାବରେ ପାଲସିପଡା କ୍ଲଷ୍ଟର ର ସିଆରସିସି ଶ୍ରୀଯୁକ୍ତ ଦିଲୀପ କୁମାର ଚୌଧୁରୀ, ଅନ୍ୟତମ ବିଶିଷ୍ଟ ଅତିଥି ତଥା ସମାଜସେବୀ ଶ୍ରୀ ନିରାକାର ନାଏକ, ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଅନେକ ମାର୍ଗଦର୍ଶନ କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ସମାରୋହରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ,କଳାହାଣ୍ଡିର ସୁପ୍ରସିଦ୍ଧ ଲୋକ ଗାୟକ ତଥା ୨୦୨୪-୨୫ ଶିକ୍ଷା ବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶ୍ରୀ ନୀଳାଞ୍ଚଳ ପାନ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ ପ୍ରଧାନ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ପରିଶେଷରେ ଶିକ୍ଷକ ନୀଳାଞ୍ଚଳ ପାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l





