ପାକେଲପଡା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ 

ନର୍ଲାକୁ ବାଜିମାତ ଦେଇ ଫାଇନାଲରେ ପ୍ରବେଶ କଲା ମୁଣିଂ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧୀନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ ମ.ରାମପୁର ବ୍ଲକ ପାକେଲପଡ଼ା ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାର ଗୁରୁବାର ଚତୁର୍ଥ ଦିବସ ଫୁଟବଲ ମ୍ୟାଚର ପ୍ରଥମ ସେମି ଫାଇନାଲ ଖେଳ ମୁଡିଙ୍ଗ ଓ ନର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ନିର୍ଦ୍ଧାରିତ ସମୟରେ ଦୁଇ ପ୍ରତିଦ୍ୱନ୍ଦୀ କେହି କାହାକୁ ଗୋଲ ଦେବାରେ ବିଫଳ ହୋଇଥିଲେ। ଶେଷରେ ଟ୍ରାଇବ୍ୟାକରେ ମୁଡିଙ୍ଗ ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ଏହି ଖେଳରେ ମୁଖ୍ୟ ରେଫରୀ ଲବ ସୁନାନି, ସହାୟକ ରେଫରୀ ଦିନେଶ କୁମାର, ବିନୋଦ ହେର୍ଣ୍ଣା ଓ ମାଧବ ବଗର୍ତ୍ତୀ ଦାଇତ୍ବ ତୁଲାଇଥିଲେ। ଏଥିରେ ଅତିଥି ଭାବେ ମ.ରାମପୁର ବିଜେପି ମଣ୍ଡଳ ସଭାପତି ତଥା ଦେଶୁଳୀ ସମିତି ସଭ୍ୟ ଯାଜ୍ଞସେନ ପଣ୍ଡା ଓ ସମାଜସେବୀ ସନ୍ତୋଷ ସାହୁ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିନାୟକ ୟୁଥ୍ କ୍ଳବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି, କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.